Report Card Odisha

| Daily Odia News

ରୋଧୀଙ୍କୁ ଟାର୍ଗେଟ କରିବା ସହ,ଅଗଷ୍ଟ ୫ ଇତିହାସରେ ଲିପିବଦ୍ଧ ହୋଇ ରହିବ କହିଲେ ପ୍ରଧାମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀର ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଦେଶ କୀର୍ତ୍ତି ସ୍ଥାପନ କରୁଥିବାବେଳେ ବିରୋଧୀ ଦଳ ସେଲ୍ଫ ଗୋଲ କରିବାରେ ବ୍ୟସ୍ତ ରହିଛନ୍ତି। ନୂଆ ଭାରତ ଆଗକୁ ବଢ଼ିବାରେ ଲାଗିଛି। ଅଗଷ୍ଟ ୫ କୁ ଦେଶ ସବୁବେଳେ ମନେ ରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଅଗଷ୍ଟ ୫ ତାରିଖ ଇତିହାସରେ ଲିପିବଦ୍ଧ ହୋଇ ରହିବ । ୫ ଅଗଷ୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ହଟାଯାଇଥିଲା | ସେହିପରି ଗତ ବର୍ଷ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଦିନ ଆରମ୍ଭ ହୋଇଥିଲା। ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଦଳର ବ୍ରୋଞ୍ଜ ପଦକ ବିଜୟ । ଅଗଷ୍ଟ ୫ରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍‌ରେ ୪୧ ବର୍ଷ ପରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛି। ଅଲିମ୍ପିକ୍ସରେ ଦେଶର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାବେଳେ କରୋନା ଟିକାକରଣର ସଂଖ୍ୟା ୫୦ କୋଟିରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News