ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଷୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ ଥିବା କିଷାନମାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ କେନ୍ଦ୍ର ସରକାର । ଏହି ଯୋଜନାର ୯ମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ସୂଚନା ମିଳିଛି । କୃଷି ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖ ଦିନ ଚାଷୀଙ୍କ ଖାତାକୁ ୯ମ କିସ୍ତି ପଠାଇବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଯେଉଁ ଯୋଗ୍ୟ ଚାଷୀମାନେ ବର୍ତ୍ତମାନ ସୁଦ୍ଧା କୃଷକ ସମ୍ମାନ ନିଧି ଯୋଜନାରେ ନିଜକୁ ପଞ୍ଜିକରଣ ନରିନାହାନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ । ପିଏମ୍ କିଷାନ ଯୋଜନା ଅଧିନରେ ପ୍ରତି ବର୍ଷ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ଲେଖାଏଁ ପଠାଯାଉଛି । ଏହି ରାଶି ପ୍ରତି ବର୍ଷ ୩ଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯାଏ । ପିଏମ୍ କିଷାନ ଯୋଜନା ଅନୁଯାୟୀ ପ୍ରତି ବର୍ଷ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ ପ୍ରଥମ କିସ୍ତି, ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଦ୍ବିତୀୟ କିସ୍ତି ଏବଂ ଡିସେମ୍ବର ରୁ ମାର୍ଚ୍ଚ ମଧ୍ୟରେ ତୃତୀୟ କିସ୍ତି ଟଙ୍କା ପଠାଯାଏ । ଏହି କ୍ରମରେ ପ୍ରତି ବର୍ଷ ମୋଟ ୬୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଥାନ୍ତି କେନ୍ଦ୍ର ସରକାର ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……