ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍ବଟମ୍’ର ଟ୍ରେଲର ରିଲିଜ୍ ହୋଇଛି। ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିବାକୁଥିବା ଏହି ଚଳଚ୍ଚିତ୍ରରେ ଭାରତୀୟ ଗୁପ୍ତଚର ଅକ୍ଷୟ କୁମାରଙ୍କ ସହ ବାନି କପୁର, ହୁମା କୁରେଶି ଏବଂ ଲାରା ଦତ୍ତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଲାରା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଏବଂ ଟ୍ରେଲରରେ ତାଙ୍କର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଟ୍ରେଲର୍ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଦର୍ଶକଙ୍କୁ ସବୁଠୁ ଚକିତ କରିଛି ଲାରାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍। ଲାରାଙ୍କ ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଲାରାଙ୍କୁ ଏହି ଲୁକ୍ରେ ସହଜରେ ଚିହ୍ନିପାରିନାହାଁନ୍ତି ଦର୍ଶକ। ଲାରାଙ୍କୁ ପରଦା ଉପରେ ଇନ୍ଦିରା ଗାନ୍ଧୀଙ୍କ ଲୁକ୍ ଦେବା ପାଇଁ ପ୍ରୋସ୍ଥେଟିକ୍ସର ବ୍ୟବହାର କରାଯାଇଛି।
ଲାରାଙ୍କ ଲୁକ୍କୁ ନେଇ ଟ୍ବିଟର୍ରେ ଟ୍ରେଣ୍ଡ ହେବା ପରେ ମେକ୍ଅପ୍ ଆର୍ଟିଷ୍ଟଙ୍କୁ ଜାତୀୟ ପୁରସ୍କାର ଦେବା କଥା ବୋଲି ଲୋକେ ମନ୍ତବ୍ୟ ଦେଇଛନ୍ତି। ‘ବେଲ୍ ବଟମ୍’ ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଏକ ବିମାନ ଅପହରଣ କାହାଣୀ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଅଣ୍ଡରକଭର ‘ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ।’
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..