Report Card Odisha

| Daily Odia News

ଆଜିର ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଷ : ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ପାଇ ଆଶ୍ବସ୍ତ ହେବେ।
ବୃଷ : ଧୈର୍ଯ୍ୟବାନ୍‌ ହେବେ। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଅଶେଷ ପରାକ୍ରମୀ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ। ଜନବଲ୍ଲଭ ଭାବେ ପରିଗଣିତ ହେବେ। ଜୀବନ ସୁଖମୟ ହେବ।
ମିଥୁନ : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ : ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କଥା ମଧୁର ଯୋଗୁଁ ଲୋକାଦ୍ରୁତ ହେବେ। କର୍ମଚଞ୍ଚଳ ରହିବେ।
ସିଂହ : ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ହେବ। ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସହ ମିଳନ ହେବ।
କନ୍ୟା : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ, ନିର୍ମଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦରିଦ୍ରଙ୍କୁ ଦାନ କରିପାରନ୍ତି।
ତୁଳା : କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରିପାରନ୍ତି। ସଦ୍‌ଜ୍ଞାନ ହାସଲ କରିବେ। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିପାରନ୍ତି। ଭକ୍ତିଗାଥା ଶ୍ରୋତାରେ ମଜ୍ଜି ରହିବେ। ମନ ପ୍ରଫୁଲ୍ଲ ରହିବ।
ବିଛା : ଈଶ୍ବର ନିଷ୍ଠାରେ ସମୟ ଦେବେ। ବାଣିଜ୍ୟ କାରବାରରେ ଅଭିବୃଦ୍ଧି ଘଟିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟରୁ ନିବୃତ୍ତ ​ହେବେ। ପ୍ରଶଂସିତ ନ ହୋଇ ସ୍ବାଭିମାନର ସହ ଚଳିବେ। ଦାମ୍ପତ୍ୟ ସୁଖ ମିଳିବ।
ଧନୁ : ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣା ସବୁ ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପତ୍ନୀ ପରାମର୍ଶଦାତା ହେବେ।
ମକର : ବିଭିନ୍ନ ସୂତ୍ରରୁ ସହଯୋଗ ମିଳିପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ ସମାଚାର ମିଳିବ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ବଦ୍‌ ଖର୍ଚ୍ଚ କରିପାରନ୍ତି।
କୁମ୍ଭ : ଅଧ୍ୟାପନାରୁ ପ୍ରସ୍ତୁତ ସ୍ବରୂପ ଅଧ୍ୟାପନାରତ ହେବେ। କରିତ୍‌କର୍ମା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭିନ୍ନ ଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ। ବାଣିଜ୍ୟ କାରବାର ବୃଦ୍ଧି ହେବ।
ମୀନ : ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନ-ବାହନ ସୁଖ ମିଳିପାରେ। ବିଦ୍ବାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ବ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

Breaking News