ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟରେ ଗୋଟିଏ ଦିନରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଜି ୬୬ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ କଟକରୁ ୧୧, ଗଞ୍ଜାମରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର ୬, ଅନୁଗୁଳ ୪ ଓ କେନ୍ଦୁଝର ଜିଲାରେ ୩ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ବଲାଙ୍ଗିର, ମୟୁରଭଞ୍ଜ ଏବଂ ପୁରୀରେ ୨ ଜଣ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଭଦ୍ରକ, ଝାରସୁଗୁଡା, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୩୦୨କୁ ବୃଦ୍ଧିପାଇଛି | ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୦୨ ଏବଂ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୪,୭୩୧ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୩,୦୦୬ ଥିବାବେଳେ ୯,୬୫,୩୭୦ ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୫, ବାଲେଶ୍ୱର ୬୩, ବରଗଡ ୫, ଭଦ୍ରକ ୨୨, ବଲାଙ୍ଗିର ୫ ଏବଂ କଟକ ଜିଲ୍ଲାରୁ ୧୭୩ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୫, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୧୨, ଜଗତସିଂହପୁର ୬୦, ଯାଜପୁର ୫୭, ଝାରସୁଗୁଡା ୩, କଳାହାଣ୍ଡି ୨, କନ୍ଧମାଳ ୧୬, କେନ୍ଦ୍ରାପଡା ୩୨, କେନ୍ଦୁଝରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୨୯୯, କୋରାପୁଟ ୨, ମାଲକାନଗିରି ୪, ମୟୁରଭଞ୍ଜ ୩୩, ନବରଙ୍ଗପୁର ୪, ନୟାଗଡ ୨୫, ନୂଆପଡା ୨ ଏବଂ ପୁରୀରୁ ୫୮ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ରାୟଗଡା ୮, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୨୦ ଏବଂ ଷ୍ଟେଟପୁଲରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। ଦିନକରେ ୧୬୫୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୧୩୦୦୬ ସକ୍ରିୟ କରୋନା ରୋଗୀ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……