ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକୁ ମିଶାଇ କ୍ରମାଗତ ୭ମଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖିଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୫% ହେବାନେଇ ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ୱାଭାବିକ ହେବା ଆରମ୍ଭ ହୋଇଛି ଏବଂ ଘରୋଇ ସ୍ତରରେ ଉପଭୋକ୍ତା ଆହରଣରେ ଉନ୍ନତି ଘଟୁଛି। ଅନୁରୂପ ଭାବେ ପୁଞ୍ଜିନିବେଶ ଏବଂ ବାହ୍ୟ ଚାହିଦାରେ ମଧ୍ୟ ସୁଧାର ଆସୁଥିବା ସୂଚନା ମିଳୁଛି। ପୂର୍ବରୁ ଜୁନ ୪ ତାରିଖରେ ଆରବିଆଇ ତାହାର ଆର୍ଥିକ ନୀତିର ସମୀକ୍ଷା ସମୟରେ ଜିଡିପି ଅଭିବୃଦ୍ଧି ଅନୁମାନ ୧୦.୫%ରୁ ୯.୫%କୁ ହ୍ରାସ କରିଥିଲା। ଗତ ମାସରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ଅଭିବୃଦ୍ଧି ଅନୁମାନ ୩୦୦ ବେସିସ ପଏଣ୍ଟ ହ୍ରାସକରି ତାହା ୯.୫% ହେବ ବୋଲି କହିଥିଲା






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..