Report Card Odisha

| Daily Odia News

ଆଗକୁ ବୃଦ୍ଧି ପାଇବ ନୂଆ ଭାରିଆଣ୍ଟ:ଆନ୍ଥୋନୀ ଫାଉସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଡେଲଟା ପ୍ଲସ୍ ଭାରିଆଣ୍ଟ ଆତଙ୍କ ଖେଳାଇବ। ଆଗକୁ ମାମଲା ବଢିବ। ଏହାପରେ ବି ଯଦି ଆଉ କେଉଁ ନୂଆ ଭାରିଆଣ୍ଟ ଆସିଲା ତେବେ ସମସ୍ୟା ବୃଦ୍ଧି ପାଇବ ବୋଲି ସତର୍କ କରାଇଛନ୍ତି ୟୁଏସ ସଂକ୍ରମଣ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି । କିଛି ଦିନ ମାମଲା କମିବା ପରେ ପୁଣି ବୁଧବାର ୟୁଏସରେ ଅଧିକ ଦୈନିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬ ମାସ ମଧ୍ୟରେ ବୁଧବାର ସର୍ବାଧିକ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲଟା ଭାରିଆଣ୍ଟ ପାଇଁ ସଂକ୍ରମଣ ବଢୁଥିବା କୁହାଯାଉଛି । ଏହାମଧ୍ୟରୁ କେବଳ ଫ୍ଲୋରିଡା, ଟେକ୍ସାସ, ମିସୋରୀ, ଆରକନସାସ, ଲୋଇସାନା, ଆଲାବମା, ମିସିସିପି ଆଦି ଆଦି ରାଜ୍ୟରେ ୯୫୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଫାଉସି କହିଛନ୍ତି ଯେ, ଯେଉଁମାନେ ଭାକସିନ୍ ନେଇନାହାଁନ୍ତି ସେମାନେ କେବଳ ଡରୁଛନ୍ତି ତା ନୁହେଁ । ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଆମେରିକା ସରକାର ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଯୋଜନା କରୁଛନ୍ତି । ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ଏହି ଡୋଜ୍ ଦିଆଯିବ । ନଚେତ ସ୍ଥିତି ଏପରି ଆସିବ କି ଦୈନିକ ୨ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ । ଏବେ ଯେଉଁ ଟିକା ଦିଆଯାଉଛି ତାହା ନୂଆ ଭାରିଆଣ୍ଟ ବିରୋଧରେ କାମ ଦେବ ନା ନାହିଁ ସେଥିରେ ସନ୍ଦେହ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜର୍ମାନୀ, ଫ୍ରାନ୍ସ ଓ ଇସ୍ରାଏଲରେ ବୁଷ୍ଟର୍ ଡୋଜ୍ ଲୋକଙ୍କୁ ଦିଆଗଲାଣି । କିନ୍ତୁ ମୋଡେର୍ଣ୍ଣାର ଭାକସିନ୍ ୬ ମାସ ଯାଏଁ ଭାଇରସ ବିରୋଧରେ ଦୃଢ ଭାବେ ଲଢୁଛି । ଏହାର ବୁଷ୍ଟର ଡୋଜ୍ ମଧ୍ୟ ଡେଲଟା ଭାରିଆଣ୍ଚ ଉପରେ ପ୍ରଭାବି ସାବ୍ୟସ୍ତ ହୋଇଛି । ଏହା ଭାଇରସ ବିରୋଧରେ ୯୩ ପ୍ରତିଶତ ପ୍ରଭାବଶାଳୀ ବୋଲି ଟ୍ରାଏଲରେ ଜଣାପଡିଛି । ଏବେ ଆମେରିକା ସରକାର ଘୋଷଣା କରିଛନ୍ତି ଯେ, ବାହାର ଦେଶରୁ ଟିକା ନେଇଥିବା ବ୍ୟକ୍ତି ଆମେରିକା ଆସିପାରିବେ । କୌଣସି ଦେଶ ଅଧିକ ପ୍ରଭାବିତ ହେଲେ ବି ସେଠାକର ଲୋକ ଟିକା ନେଇଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି ।

Breaking News