Report Card Odisha

| Daily Odia News

ଜଗା ଦର୍ଶନ ପାଇଁ ଗାଇଡ଼୍‌ଲାଇନ୍‌ ଜାରି….

ରିପୋର୍ଟ କାର୍ଡ / ପୁରୀ

ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବେଶ କରିପାରିବେ ଭକ୍ତ | ପ୍ରଥମ ପାଞ୍ଚ ଦିନ କେବଳ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । କିନ୍ତୁ ଏହି ଦର୍ଶନ ଲାଗି ଜାରି ହୋଇଛି ନୂଆ ଏସ୍‌ଓପି। ତେବେ ଏହି ଗାଇଡ଼୍‌ଲାଇନ୍‌ କେବଳ ପୁରୀବାସୀଙ୍କ ପାଇଁ ଜାରି କରଯାଇଛି । ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାରକାର୍ଡ ଦେଖାଇବେ ଦର୍ଶକ। ଏହାସହ ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନକଙ୍କ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଏହାସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ବସି ପ୍ରସାଦ ସେବନ ମଧ୍ୟ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଏହା ସହିତ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ୍ ନିର୍ମାଣ ହୋଇଛି । ଖାଲି ସେତିକି ନୁହେଁ ବ୍ୟାରିକେଡ୍ ନିର୍ମାଣ ପାଇଁ ରଥ ଭାଂଗିବା କାମ ମଧ୍ୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ- ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Breaking News