Report Card Odisha

| Daily Odia News

ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ। ଏ ନେଇ ଶୁକ୍ରବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ନନ୍ ଉଡାନ ଯୋଜନାରେ ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଭାଇଜାଗକୁ ବିମାନ ଉଡ଼ିବ। ଏନେଇ ପ୍ଲାନିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨ଟି ଏୟାରଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଲାଣି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ନେଇ ପରିବହନ ମନ୍ତ୍ରୀ କହିଛନ୍ତି, ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସମସ୍ୟା ସୃଷ୍ଟି ହେବ ନାହିଁ। ସେପ୍ଟେମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେବେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁଠି ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ରହିଛି ତାକୁ ସମାଧାନ କରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଯେଉଁଠି ଆର୍ଥିକ ସମସ୍ୟା ଦେଖାଯାଉଛି ତାକୁ ମଧ୍ୟ ତ୍ୱରାନ୍ୱିତ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଭାଗୀତାରେ ଅଧା ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସୂଚନାଥାଉ କି, ଗତବର୍ଷ ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ବିମାନ ସେବା ଆରମ୍ଭ ହୋଇଥିଲା। ଆଲାଏନ୍ସ ଏୟାର୍ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଥିଲା।

Breaking News