ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୌଣସି ବାପା ନିଜ ପିଲାଙ୍କୁ ତାଙ୍କ ସାଙ୍ଗିଆ ରଖିବାପାଇଁ ବାଧ୍ୟ କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏକ ରାୟ ଶୁଣାଇ କହିଛନ୍ତି | ପ୍ରତି ଶିଶୁଙ୍କର ନିଜ ମା’ଙ୍କ ସାଙ୍ଗିଆ ରଖିବା ଅଧିକାର ବି ଅଛି। ଜଣେ ନାବାଳିକା ଝିଅ ନିଜ ମା’ର ସାଙ୍ଗିଆ ରଖିବା ଘଟଣାକୁ ବିରୋଧ କରି ତାଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମା’ଙ୍କ ସାଙ୍ଗିଆ ବଦଳରେ ସେ ତାଙ୍କ ନିଜ ସାଙ୍ଗିଆ ରଖିବାପାଇଁ ଚାହିଥିଲେ । କିନ୍ତୁ ହାଇକୋର୍ଟ ରୋକ୍ଠୋକ୍ ମନା କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ ଜଣେ ବାପା ନିଜ ସାଙ୍ଗିଆ ରଖିବାପାଇଁ ପିଲାଙ୍କୁ ବାଧ୍ୟ କରିପାରିବେ ନାହିଁ। ଯଦି ଝିଅ ମା’ର ସାଙ୍ଗିଆ ରଖି ଖୁସି ଅଛି ତେବେ ଏଥିରେ କିଛି ଆପତ୍ତି ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..