ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାକୁ ମାତଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି | କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ଟିକାକରଣ ୫୦ କୋଟି ପାର କରିଛି । କେବଳ ଶୁକ୍ରବାର ମୋଟ ୪୩.୨୯ କୋଟି ଡୋଜ୍ ଭ୍ୟାକସିନ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୦ କୋଟି ୩ ଲକ୍ଷ ୪୮ ହଜାର ୮୬୬ ଡୋଜ୍ ଟିକା ଦିଆସରିଲାଣି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ଟ୍ବିଟ୍ କରି ମୋଦି କହିଛନ୍ତି ଯେ, ‘କରୋନା ମହାମାରୀ ବିରୁଦ୍ଧରେ ଲଢେଇରେ ଦେଶ ଆଜି ନୂଆ ରେକର୍ଡ କରିଛି । ଦେଶରେ ଟିକାକରଣ ୫୦ କୋଟି ପାର କରିଛି । ତେଣୁ ଏହାକୁ ଆଗକୁ ବଢାଇବା ସହିତ ଦେଶର ସମସ୍ତ ନାଗରିକଙ୍କୁ ଟିକା ତଥା ମାଗଣା ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲାଭ ମିଳୁ ।’ ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଶ୍ବର ସବୁଠାରୁ ବଡ କୋଭିଡ୍ ଟିକାକରଣ ଅଭିଯାନ ଆଜି ୫୦ କୋଟି ପାର କରିଛି । ଏତେ ବଡ ଦେଶରେ ଏତେ କମ ସମୟ ମଧ୍ୟରେ ଟିକାକରଣ ଏତେ ମାତ୍ରାରେ ବ୍ୟାପକ ହୋଇପାରିଛି । ଦେଶବାସୀଙ୍କ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ସେହିଭଳି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟ୍ବିଟ୍ କରି କହିଛନ୍ତି, ‘ ଦେଶରେ ପ୍ରଥମ ୧୦ କୋଟି ଟିକାକରଣକୁ ୮୫ ଦିନ ସମୟ ଲାଗିଥିଲା । ୨୦ କୋଟି ଲକ୍ଷ ହାସଲ ହୋଇଥିଲା ୪୫ ଦିନରେ । ସେହିଭଳି ୨୯ ଦିନରେ ୩୦ କୋଟି , ୨୪ ଦିନରେ ୪୦ କୋଟି ଏବଂ ମାତ୍ର ୨୦ ଦିନରେ ଟିକାକରଣ ୫୦ କୋଟି ପାର କରିଛି ।’






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..