Report Card Odisha

| Daily Odia News

ଆମେରିକାର ଏୟାର ଷ୍ଟ୍ରାଇକ୍:୫୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ଆଫଗାନିସ୍ତାନ ଉପରେ ଚଳାଉଛି ଆତଙ୍କ ରାଜ। ଦିନକୁ ଦିନ ତାଲିବାନ ହିଂଶର ରୂପ ନେଉଛି |ଏହାମଧ୍ୟରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ୟୁଏସ ତାଲିବାନର ଆତଙ୍କକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ । ରବିବାଗ ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷଣ କରିଥିଲା । ଆଫଗାନିସ୍ତାନର ସେନା କହିବାନୁସାରେ, ଗତ ୨୪ ଘଣ୍ଟାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୩୦୯ଜଣ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଷ୍ଟ୍ରାଇକର ଭିଡିଓ ଜାରି କରିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୟୁଏସ ବି-୫୨ ବିମାନରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ବୋମା ବର୍ଷଣ କରୁଛି । ନାଙ୍ଗରହାର, ଲଘମନ, ମଜନୀ, ପକାତିୟା, ପକାତିକା, କାନ୍ଦହାର, ଉରଜଗନ, ହେରାତ, ଫାରହା, ଜାବଜାନ, ନିମରୁଜ, ତାଖର ଆଦି ଅଞ୍ଚଳରେ ସେନା ଅପରେସନ କରିଥିଲା । ୨୪ ଘଣ୍ଟା ଧରି ଅପରେସନ ଚାଲିଥିଲା । ଆମେରିକାର ଲଢୁଆ ବିମାନ ରବିବାର ସନ୍ଧ୍ୟାରୁ ହିଁ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା । ୟୁଏସ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ତାଲିବାନ ଠିକଣାରେ ବୋମା ବର୍ଷଣ ହୋଇଥିଲା ।ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୧୦୦ରୁ ଅଧିକ ଯାନବାହାନ ଓ ଗୋଳାବାରୁଦକୁ ନଷ୍ଟ କରାଯାଇଛି ।

Breaking News