Report Card Odisha

| Daily Odia News

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୪୯୯ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୯ ଲକ୍ଷ ୬୯ହଜାର ୯୫୪ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୮ ହଜାର ୩୦୯ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୧ ଲକ୍ଷ ୩୯ହଜାର ୪୫୭ରେ ପହଁଚିଛି। ଏବେ ଦେଶରେ ୪୦୨୧୮୮ଟି ସକ୍ରିୟ ମାମଲା ରହିଛି । ଆରୋଗ୍ୟ ହାର ୯୭.୪୦% ରହିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ ରହିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୫୯% ଏବଂ ସାପ୍ତାହିକ ହାର ୨.୩୫% ରହିଛି। ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୮.୧୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେହି ସମୟ ମଧ୍ୟରେ ୫୦.୮୬ କୋଟି ପାନ ଟିକା ଦିଆଯାଇଛି।

Breaking News