ରିପୋର୍ଟ କାର୍ଡ / ଗଂଜାମ
ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପା କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ । ମୃତକ ହେଲେ ଗାଁର କରୁଣାକର ସାହୁ । ହତ୍ୟାକାରୀ ପୁଅ ଫେରାର୍ ଥିବାନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ- ଗତକାଲି ରାତିରେ କରୁଣାକରଙ୍କ ସାନ ପୁଅ ମଦ ପିଇବାକୁ ତାଙ୍କୁ ଟଙ୍କା ମାଗିଥିଲା । କରୁଣାକର ଟଙ୍କା ନଦେବାକୁ ପୁଅ ପ୍ରଥମେ ଠେଙ୍ଗାରେ ପିଟିଥିଲା ଓ ପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକ ରକ୍ତକ୍ତ ଅବସ୍ଥାରେ କରୁଣାକରଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କବିସୂର୍ଯ୍ୟନଗର ଥାନା ପୋଲିସ ହତ୍ୟକାରୀ ପୁଅକୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..