ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ପାକିସ୍ତାନରରେ ପୋଲିସ ଭ୍ୟାନଉପରେ ବୋମା ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ ୨ ପୋଲିସଙ୍କ ମୃତ୍ୟୁ ହେବା ସହ ୮ ପୋଲିସ ସମେତ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନରରେ ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ଅଞ୍ଚଳରେ ଅଶାନ୍ତ ହୋଇଥିଲା | ବେଲୁଚିସ୍ତାନ ସରକାରଙ୍କ ପ୍ରବକ୍ତା ଲିୟାକତ ଶାହୱାନି କହିଛନ୍ତି, ପ୍ରଥମ ତଦନ୍ତରୁ ଜଣାପଡୁଛି କି ବୋମା ମୋଟର ସାଇକେଲରେ ରଖାଯାଇଥିଲା । ଶାହୱାନି କହିଛନ୍ତି ବିସ୍ଫୋରଣରେ ୨ ପୋଲିସଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଜଣ ଆହତ ହୋଇଛନ୍ତି । ଏହା ପ୍ରକୃତରେ ପୋଲିସର ମୋବାଇଲ ଭ୍ୟାନକୁ ଉଡାଇ ଦେବାକୁ ଯୋଜନା କରି କରାଯାଇଥିବା କୁହାଯାଏ । ବିସ୍ଫୋରଣ ପରେ ପୋଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଜାରି ରଖିଛି ।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..