Report Card Odisha

| Daily Odia News

ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ କାଶ୍ମୀରର ଅନନ୍ତନାଗ  ସହରର ଲାଲ ଚୌକରେ ଆତଙ୍କବାଦୀ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି ହତ୍ୟାକରିଛନ୍ତି । ପ୍ରଥମେ ଦୁଇଜଣଙ୍କୁ ଆକ୍ରମଣ ହୋଇଥିଲା | ଏହା ପରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଅନ୍ୟ ଜଣେ ବିଜେପି ନେତା ଅଲତାଫ ଠାକରୁ ସୂଚନା ଦେଇଛନ୍ତି । ଗୁଲାମ ରସୁଲ କୁଲଗାମର ବିଜେପି କୃଷକ ମୋର୍ଚ୍ଚା ସଭାପତି ଥିଲେ। ବିଜେପିର ପଦାଧିକାରୀ ହେବା ସହ ସେ ସରପଞ୍ଚ ମଧ୍ୟ ଥିଲେ। ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଗୁଲାମ ଦାର ନିର୍ବାଚିତ ହୋଇଥିଲେ। ଦିନ ଦ୍ବିପ୍ରହରରେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସାଧାରଣରେ ଭୟ ବଢ଼ାଇଛି। ନିକଟରେ ଯାଇଛି ଅଗଷ୍ଟ ୫। ସେହିଦିନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦକୁ ଦୁଇ ବର୍ଷ ପୂରିଛି। ଏହି ଆତଙ୍କବାଦୀ ଆକ୍ରମଣକୁ ଏହା ସହ ମଧ୍ୟ ସମ୍ପର୍କିତ କରି ଦେଖାଯାଉଛି ।

Breaking News