ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୧୯ରୁ ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । କିନ୍ତୁ ଗୃହରେ ଉପସ୍ଥିତ ରହୁନାହାନ୍ତି ଅନେକ ସଦସ୍ୟ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପସ୍ଥିତ ଥିବା ବିଜେପି ସଦସ୍ୟଙ୍କ ଲିଷ୍ଟ୍ ମାଗିଛନ୍ତି । ଗୃହରେ ଏକ ଗୁରୁତ୍ବପୂର୍ଣ୍ଣ ବିଲକୁ ନେଇ ଆଲୋଚନା ଚାଲିଥିବା ବେଳେ ଉପସ୍ଥିତ ନଥିଲେ କିଛି ବିଜେପି ସାଂସଦ । ଏହାକୁ ନେଇ ଜବାବ ତଲବ କରିଛନ୍ତି ମୋଦି । ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଏକ ବିଲ୍କୁ ବିରୋଧୀମାନେ ସିଲେକ୍ସନ୍ କମିଟିକୁ ପଠାଇବାକୁ ଦାବି କରିଥିଲେ । ତେବେ ବିରୋଧୀଙ୍କ ଏହି ଦାବି ଉପରେ ଭୋଟିଂ କରାଯାଇଥିଲା । ତେବେ ଭୋଟିଂ ବେଳେ ଗୃହରେ କିଛି ବିଜେପି ସାଂସଦ ଉପସ୍ଥିତ ନଥିଲେ । ଯେଉଁ ବିଜେପି ସଦସ୍ୟ ଉପସ୍ଥିତ ନଥିଲେ ସେମାନଙ୍କ ତାଲିକା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ହୋଇଥିଲା । ଏହି ବୈଠକରେ ପିଏମ୍ ମୋଦି ମଧ୍ୟ ଉପସ୍ଥିତ ଥିଲେ । ସୋମବାର ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିକରଣ ସୁଧାର ବିଧେୟକ ୨୦୨୧ ବିଲ୍ ଉପସ୍ଥାପିତ କରୁଥିଲେ । କିନ୍ତୁ ବିରୋଧୀମାନେ ଏହି ବିଲ୍କୁ ବିରୋଧ କରିଥିଲେ । ଏହା ସହିତ ଉକ୍ତ ବିଲ୍କୁ ସିଲେକ୍ସନ୍ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ । ବିପକ୍ଷଙ୍କ ଦାବି ଅନୁଯାୟୀ ରାଜ୍ୟସଭାରେ ଭୋଟିଂ କରାଯାଇଥିଲା । ସିଲେକ୍ସନ୍ କମିଟିକୁ ପଠାଇବା ପକ୍ଷରେ ୪୪ଟି ଭୋଟ ଏବଂ ବିପକ୍ଷରେ ୭୯ ଭୋଟ ପଡିଥିଲା । ଯାହାଫଳରେ ବିରୋଧୀଙ୍କ ଦାବି ରଦ୍ଦ ହୋଇଯାଇଥିଲା ଏବଂ କିଛି ସମୟ ପରେ ଗୃହରେ ବିଲ ପାସ୍ ହୋଇଯାଇଥିଲା । କିନ୍ତୁ ଭୋଟିଂ ବେଳେ ଗୃହରେ କିଛି ବିଜେପି ସଦସ୍ୟ ଅନୁପସ୍ଥିତ ଥିଲେ । ସେମାନଙ୍କ ତାଲିକା ନେଇଛନ୍ତି ମୋଦି ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..