ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମହୋବାଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ଉଜ୍ଜଳା ଯୋଜନାର ଦ୍ବିତୀୟ ଖେପ୍ ବା ୨.୦ ଆରମ୍ଭ କରାଯାଇଛି । ଏହାର ଲାଭ କେବଳ ପୂର୍ବରୁ ଏଲପିଜି ସଂଯୋଗ ପାଇନଥିବା ହିତାଧିକାରୀ ହିଁ ପାଇପାରିବେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦ରେ ସାମିଲ ହେବା ପାଇଁ ଉର୍ଦ୍ଧିଷ୍ଟ ଓ୍ବେବ୍ସାଇଟ୍ pmuy.gov.in କୁ ଯାଇ ଆବେଦନ କରିପାରିବେ । ସୂଚନ ଅନୁସାରେ -୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ସର୍ବପ୍ରଥମେ ଦେଶର ୫ କୋଟି ବିପିଏଲ ହିତାଧିକାରୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସାମିଲ କରାଯିବାକୁ ଲକ୍ଷ ରଖାଯାଇଥିଲା । ଏହାକୁ ସଫଳତାର ସହ ପୂରଣ କରିଥିଲେ କେନ୍ଦ୍ର ସରକାର ।
କିଭଳି ଆବେଦନ କରିବେ ଜାଣି ରଖନ୍ତୁ-
ଅନଲାଇନ୍ ପୋର୍ଟାଲ pmuy.gov.in କୁ ଯାଇ Apply For New Ujjwala 2.0 Connection କୁ ଯାଆନ୍ତୁ |
ପେଜ୍ର ତଳେ ୩ଟି ଅପସନ୍ ମିଳିବ, ପ୍ରଥମଟି ଇଣ୍ଡେନ୍, ପରେ ଭରତ ପେଟ୍ରୋଲିୟମ ଏବଂ ତା ପରେ ଏଚ୍ପି|
ଆପଣଙ୍କ ସୁବିଧା ଅନୁଯାୟୀ କୌଣସି ଗୋଟିଏ ବିକଳ୍ପକୁ ଚୟନ କରି ନୂଆ ସଂଯୋଗ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ପରେ ସବ୍ମିଟ୍ କରିବେ|
ଆପଣ ଚାହିଁଲେ ଫର୍ମ ଡାଉନଲୋଡ କରି ତାହାକୁ ପୂରଣ କରି ନିକଟସ୍ଥ ଗ୍ୟାସ୍ ବିତରକଙ୍କ ନିକଟରେ ଜମା କରିପାରିବେ |
ଆପଣଙ୍କ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଭେରିଫାଏ କରାଯିବା ପରେ ଏଲପିଜି ଗ୍ୟାସ୍ ସଂଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ |






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..