Report Card Odisha

| Daily Odia News

ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ମୟୂରଭଞ୍ଜରେ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ | ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଫଳରେ ଆଗାମୀ ପୀଢ଼ି ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟକୁ ଏଠାରେ ଦେଖିବା ସହ ଏହା ସମ୍ପର୍କରେ କିଛି ଶିକ୍ଷା ଲାଭ କରିପାରିବେ। ଆଇନଜୀବୀ ବିଭୁଦତ୍ତ ଦାଶଙ୍କ କହିବା ଅନୁଯାୟୀ, ‘ମୟୂରଭଞ୍ଜରେ ନିର୍ମାଣ ହେବାକୁ ଥିବା ରେଳ ମ୍ୟୁଜିୟମ ଏକ ଖୁସିର ଖବର। ମୟୂରଭଞ୍ଜ ପାଇଁ ଏହା ଗୌରବ ଅଧ୍ୟାୟ ସୃଷ୍ଟି କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ।’ ସେହିପରି DRUCC ସଦସ୍ୟ ହେମନ୍ତ ଶାହାଙ୍କ କହିବା ଅନୁଯାୟୀ, ମୟୂରଭଞ୍ଜର ପୁରୁଣା ଇତିହାସ ଓ ଗୌରବ ପ୍ରତିଷ୍ଠା ହେବାକୁ ଯାଉଛି। ପୁରୁଣା ବାଷ୍ପ ଇଞ୍ଜିନ ଓ ସେଟ୍‌ ଅପ୍‌କୁ ହେରିଟେଜ୍‌ ଲୁକ୍‌ ଦେଇ ଏହାର ପ୍ରତିଷ୍ଠା କରାଯିବ। ଯାହାକି ମୟୂରଭଞ୍ଜ ଏବଂ ଏହାର ଆଖପାଖ ଲୋକ ଏହାକୁ ପ୍ରଦର୍ଶନୀ ସ୍ଥଳୀ ଭାବେ ଦେଖି ପାରିବେ। ଦକ୍ଷିଣ ପୂର୍ବ ରେଳବାଇ ଖଡକପୁର ୧ କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ମ୍ୟୁଜିୟମ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛି। ନବକଳେବର ହେବାକୁ ଯାଉଥିବା ଏହି ଶତାୟୁ ରେଳ ଇଞ୍ଜିନ ପଛରେ ରହିଛି ଭାରତୀୟ ରେଳ ଇତିହାସର ଐତିହ ଓ ଗର୍ବ ଗୌରବର ଗାଥା। ଭାରତ ସ୍ୱାଧୀନତା ପୂର୍ବରୁ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ତତ୍ କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ରେଳପଥର ପ୍ରତିଷ୍ଠା କରିଥିଲେ।

Breaking News