Report Card Odisha

| Daily Odia News

ଲଦାଖ ସୀମାରେ ଉଡିଲା ତ୍ରିରଙ୍ଗା, ବନ୍ଦେ ମାତରମ୍,ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଲା ସୀମାନ୍ତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସ୍ୱତନ୍ତ୍ରତା ଦିବସ | ସାରା ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛି | ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଅଂଚଳରୁ । ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ ଉଚ୍ଚ ଘାଟି ଉପରେ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ପାଙ୍ଗଗଙ୍ଗ ହ୍ରଦ ଲଦାଖ ସୀମାରେ ମଧ୍ୟ ଯବାନମାନେ ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି। ସୂଚନା ମୁତାବକ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଗତ ବର୍ଷ ଏପ୍ରିଲ ଶେଷରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ହୋଇଥିଲା। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ ଉପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ସେପଟେ ଉତରାଖଣ୍ଡ ସୀମାର ୧୩ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇ ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି ଦେଶର ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ। ଯବାନମାନେ ଜାତୀୟ ପତାକା ଉତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ମନେ ପକାଇଥିଲେ ବୀର ଯବାନ |

Breaking News