ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଘର ବିକ୍ରି ହୋଇଛି । ମୁମ୍ବାଇର ସାନ୍ତାକ୍ରୁଜରେ ମୁମ୍ବାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦର ପାର୍ଶ୍ୱରେ ଥିବା ଏହି ଘରଟିକୁ ବିକ୍ରି କରାଯାଇଛି। ଏହାକୁ ଡେଟ୍ ରିକୋଭରୀ ଟ୍ରିବ୍ୟୁନାଲ ତାଙ୍କର ନବମ ପ୍ରୟାସରେ ହାଇଦ୍ରାବାଦର ସେଟର୍ଣ୍ଣ ରିୟଲ୍ଟର୍ସଙ୍କୁ ବିକ୍ରି କରିଛନ୍ତି। ଏକଦା ବନ୍ଦ ହୋଇଯାଇଥିବା କିଙ୍ଗ ଫିସର ଏୟାରଲାଇନ୍ସର ମୁଖ୍ୟାଳୟ ଥିଲା ଏହି କିଙ୍ଗଫିସର ହାଉସ। ସେଟର୍ଣ୍ଣ ରିୟଲ୍ଟର୍ସ ଏହି ଘରଟିକୁ ୫୨.୨୫ କୋଟି ଟଙ୍କାରେ କିଣିଛି। ଏଥିଲାଗି ମହାରାଷ୍ଟ୍ର ସରକାରଙ୍କୁ ଷ୍ଟାମ୍ପ ଡ୍ୟୁଟି ବାବଦେ ୨.୬୧୨କୋଟି ଟଙ୍କା ଦେଇଛି । ଏହି କାରବାର ଗତ ଜୁଲାଇ ୩୧ ତାରିଖରେ ହୋଇଥିଲା।

ମୁମ୍ବାଇ ବିମାନ ବନ୍ଦର ନିକଟରେ ୨୪୦୧.୭୦ ବର୍ଗ ମିଟରରେ ବିସ୍ତୃତ ଏହି ପ୍ରୋପର୍ଟିକୁ ୨୦୧୬ ମସିହାରୁ ନିଲାମ ପାଇଁ ରଖା ଯାଇଥିଲା। ଡେଟ୍ ରିକୋଭରୀ ଟ୍ରିବ୍ୟୁନାଲ ବେଙ୍ଗାଲୁରୁ ଏହାକୁ ନିଲାମ କରିବା ଲାଗି ୮ ଥର ଉଦ୍ୟମ କରିଥିଲା। ହେଲେ ଟ୍ରିବ୍ୟୁନାଲଙ୍କ ପ୍ରତ୍ୟେକ ଉଦ୍ୟମ ବିଫଳ ହୋଇଥିଲା। ଶେଷରେ ନବମ ଥରରେ ସଫଳତା ମିଳିଛି। କିଙ୍ଗଫିସର ହାଉସ୍ ଲାଗି ଟ୍ରିବ୍ୟୁନାଲ ୧୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଧାର୍ଯ୍ୟମୂଲ୍ୟର ଏକ ତୃତୀୟାଂଶ ଦରରେ ଏହାକୁ ବିକ୍ରି କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..