ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନ ଦଖଲାପରେ ଭୟରେ ଦେଶବାସୀ | ଏହା ଭିତରେ ମଙ୍ଗଳବାର ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦର ୮୩ କିଲୋମିଟର ଦକ୍ଷିଣ ପୂର୍ବରେ ଅବସ୍ଥିତ । ମଙ୍ଗଳବାର ସକାଳ ୬.୦୮ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନି କି କାହାର କିଛି କ୍ଷୟକ୍ଷତି ହୋଇନି । ଯେତେବେଳେ ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..