Report Card Odisha

| Daily Odia News

ପଛଘୁଞ୍ଚା ଦେଲା ଆନ୍ଧ୍ର…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଦଖଲ ପାଇଁ ଚେଷ୍ଟା ଚଳାଇଛି ଆନ୍ଧ୍ର | ପୁଣି ଥରେ ସୋମବାର ଆନ୍ଧ୍ରର ପ୍ରବେଶକୁ ଭଣ୍ଡୁର କରିଛି ଓଡିଶା | ସୋମବାର କୋଟିଆରେ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଓ ପ୍ରଶାସନିକ ଅଧିକାରୀ ଏକାଠି ହୋଇ ଆନ୍ଧ୍ରର ବିଭିନ୍ନ ପ୍ରଲୋଭନ ବିରୋଧରେ ନାରାବାଜି କରିବା ସହ ସୀମାରେ ପୋଲିସ ଉପସ୍ଥିତିରେ ବାଉଁଶ ବାରିକେଟ କରି କଡ଼ା ବିରୋଧ କରିଥିଲେ। ଏହା ଦେଖି ସୀମାନ୍ତ ଫାଟୁସିନେରୀ ସିମା ଡେଇଁ ନ ପାରି ଆନ୍ଧ୍ରର କିଛି ରାଜନେତା ପଳାୟନ କରିଥିବା ଜଣାପଡ଼ିଛି।

ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜୟନଗରମ ଜିଲ୍ଲା ପ୍ରଶାସନ ଓ ସାଲୁର ମଣ୍ଡଳ ପକ୍ଷରୁ ଫାଟୁସିନେରିରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଥିଲା। ଯେଉଁ କାର୍ଯ୍ୟକ୍ରମରେ ସାଲୁରୁ ବିଧାୟକ ରାଜନା ଦୋରା ପାର୍ବତୀପୁରମ୍ ପିଓଆଇଟିଡିଏ କୋର୍ମନାଥ, ଉପଜିଲାପାଳଙ୍କ ସମେତ ବିଡ଼ିଓ, ତହସିଲଦାର, ପିଇଓ ପ୍ରମୁଖ ଯୋଗଦେଇ ଉପରୋକ୍ତ ଗ୍ରାମ ସହ ଫଗୁଣ ସିନେରିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା, ଭତ୍ତା(ପେନସନ), ଆବାସ ଗୃହ କାର୍ଯ୍ୟାଦେଶ, ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି ନିମନ୍ତେ ନୂତନ ଗୃହ ପାଇଁ ଭିତ୍ତିଭୂମି ଶୁଭାରମ୍ଭ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଓ ପୋଷାକ ବିତରଣ କରିବା କାର୍ଯ୍ୟକ୍ରମ ଥିଲା। ଏ ସଂକ୍ରାନ୍ତରେ ସୂଚନା ପାଇ ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ପଟରୁ ଓଡିଶା ଅଭିମୁଖେ ଆସିଥିବା ରାସ୍ତାକୁ ଦୁଇଟି ସ୍ଥାନରେ ବାଉଁଶ ବାଡ଼ ସାହାଯ୍ୟରେ ବନ୍ଦ କରାଯାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଉପସ୍ଥିତ ରହି ଆନ୍ଧ୍ର ବିରୋଧରେ ନାରାବାଜି କରିଥିଲେ| ଏହା ଦେଖି ଆନ୍ଧ୍ର ପଛଘୁଞ୍ଚା ଦେଇ ପଳାଇଯାଇଥିବା ନେଇ ଜଣାପଡିଛି |

Breaking News