ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ତାଲିବାନୀ ଶାସନ ଫେରିଛି | ଏହାକୁ ନେଇ ଆଫଗାନି ବାସୀ ଭୟବିତ୍ତ ଅବସ୍ଥାରେ ରହିଛନ୍ତି | ଭୟରେ ନିଜ ଦେଶ ଛାଡି ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି | ତାଲିବାନ ଶାସନରେ ଆଫଗାନିସ୍ତାନର ଭବିଷ୍ୟତ କଣ ହେବ ତାହା ସ୍ପଷ୍ଟ ରୂପ ଜଣା ପଡିଛି | ଯେତେ ବେଳେ ୧୯୯୬-୨୦୦୧ ମଧ୍ୟରେ ହୋଇଥିବା ତାଲିବାନୀ ଶାସନବେଳେ ଲୋକେ ଅନେକ ଅତ୍ୟାଚାର ଶିକାର ହେଉଥିଲେ | ସେହି ସମୟରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଏହି ସବୁକୁ ମାନେ ପକାଇ ଆଫଗାନିର ମହିଳାମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆରମ୍ଭରୁ ତାଲିବାନୀ ନେତାମାନେ ଆଫଗାନିସ୍ତାନର କେତେ ୧୫ ରୁ ୪୫ ବର୍ଷ ବର୍ଗର ମହିଳା ଅଛନ୍ତି ଲିଷ୍ଟ ମାଗିଛନ୍ତି । ଯଦି ଏହି ମହିଳାମାନଙ୍କୁ ତାଲିବାନୀ ଆତଙ୍କୀ ବିବାହ କରାଯାଏ ତେବେ ସେମାନଙ୍କୁ ପାକିସ୍ତାନର ୱଜିରସ୍ତାନ ନିଆଯାଇ ଇସ୍ଲାମୀ ତାଲିମ ଦିଆଯିବ । ପରେ ଏହି ମହିଳାମାନଙ୍କୁ ପୁଣି ଥରେ ଯୌନ ଦାସୀ କରି ରଖାଯିବ । ଯାହାକି ପୁଣି ଥରେ ତାଲିବାନୀ ଆଇନର କଳା ଅଧ୍ୟାୟ ହେବ ବୋଲି ଜଣାପଡୁଛି । ମ୍ୟାକଗିଲ ୟୁନିଭରସିଟି ଟୋରଣ୍ଟୋର ବିଧି ଏବଂ ମାନବାଧିକାରର ଆସୋସିଏଟ୍ ପ୍ରଫେସର ବୃନ୍ଦା ନାରାୟଣଙ୍କ ସୂଚନା ଅନୁଯାୟୀ , କାବୁଲ ପହଞ୍ଚିବା ପୂର୍ବରୁ ତାଲିବାନୀ ନେତାଙ୍କ ଏହି ଆଦେଶ ଆଗକୁ ମହିଳାଙ୍କ ଉପରେ ନିର୍ଯାତନା ହେବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଘରର ଝିଅ-ବୋହୂଙ୍କୁ ନେଇ ପରିବାର ଲୋକ ଦେଶ ଛାଡି ପଳାୟନ କରୁଛନ୍ତି । ଏହାକୁ ନେଇ ଆଫଗାନିସ୍ତାନରେ ପ୍ରତ୍ୟେକ ପରିବାର ଭୟରେ ଜୀବନ ଜୀଉଁଛନ୍ତି |ଏହି କାରଣ ପାଇଁ ଗତ ୩ ମାସ ମଧ୍ୟରେ ପ୍ରାୟ ୯ ଲକ୍ଷ ପରିବାର ବିସ୍ଥାପିତ ହୋଇଥିବା ନେଇ ସୂଚନା ମିଳିଛି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….