ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଭିତରକୁ ଯାଉଛି ସେତେ ନୂଆ ନୂଆ ତଥ୍ୟ ମିଳୁଛି | ମାମଲା ଭିତରକୁ ଆସୁଛି ନୂଆନୂଆ ଚେହେରା | ମଙ୍ଗଳବାର କ୍ରାଇମ୍ବ୍ରାଞ୍ଚ ଜଗୁଆଳି ସନ୍ତୋଷ ବିଶ୍ୱାଳକୁ ଜେରା ବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି | ସନ୍ତୋଷ ବିଶ୍ୱାଳ କହିଛନ୍ତି କି ଘଟଣା ଦିନ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏନେଇ ଜିଲ୍ଲାପାଳଙ୍କୁ ପଚରାଉଚରା କରାଯିବ କି ପ୍ରଶ୍ନରେ କ୍ରାଇମବ୍ରାଞ୍ଚର DSP ଜ୍ଞାନରଂଜନ ମିଶ୍ର କହିଛନ୍ତି କି ସେ କଥା ସମୟ କହିବ| ଆବଶ୍ୟକତା ଅନୁସାରେ ସେ ନେଇ ବିଚାର କରାଯିବ କହିଛନ୍ତି DSP। ଆଜି ଜଗୁଆଳି ସହ ଜଣେ ମାଳିଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଜଗୁଆଳି ସନ୍ତୋଷ ବିଶ୍ୱାଳ ଉଭୟ ସେଠାକାର ଡିଏଫଓଙ୍କ ଅଫିସ୍ ଓ କ୍ୱାର୍ଟର ସାମ୍ନାରେ ଡ୍ୟୁଟି କରନ୍ତି। ଅଫିସ୍ ଏବଂ କ୍ୱାର୍ଟର ଗୋଟିଏ ପ୍ରେମିଶେସ୍ରେ ରହିଛି। ଉଲ୍ଲେଖ ଯୋଗ୍ୟ- ଗତକାଲି ଜେରା ପାଇଁ ୬ ଜଣଙ୍କୁ ଡକାଯାଇଥିଲା । ୪ ଘଣ୍ଟାର ଜେରା ପରେ ବାହାରିଥିଲେ ଦୁଇ ଏସିଏଫ୍ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ଏବେଂ ଅନ୍ୟ ୩ ଫରେଷ୍ଟରଙ୍କୁ ଜେରା ପାଇଁ ଡାକିଥିଲା କ୍ରାଇମବ୍ରାଞ୍ଚ । ଅପରାହ୍ନରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଂଜନ ମିଶ୍ର। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ସଂପୃକ୍ତ ରୋଷେୟାଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲାଗିଛି। ଏମାନଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକେ ବି ସିଧା ଅଭିଯୋଗ କରୁଛନ୍ତି । ସଂପୃକ୍ତ ରୋଷେୟା ଏହି ମାମଲାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି। ତେଣୁ ଘଟଣା ଦିନ ରାତିରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ଓ ସେ କଣ ଦେଖିଥିଲେ ଏ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଥିବା ଜଣାପଡିଛି । ଅପର ପକ୍ଷରେ ପୁରା ତଦନ୍ତ ଦାୟିତ୍ୱ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଡିଏଫ୍ଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ପୁଣି ଥରେ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।
More Stories
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….