Report Card Odisha

| Daily Odia News

ଆଫଗାନ ନାଗରିକଙ୍କୁ ଭାରତ ଦେଲା ଜରୁରୀକାଳୀନ ଇ-ଭିସା …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ଆଫଗାନ ନାଗରିକ ଜୀବନ ବଞ୍ଚାଇବାକୁ ଡହଳ ବିକଳ | ଯୁଆଡେ ଦେଖିଲେ ସବୁଆଡେ କୋଳାହଳ ପରିବେଶ | ଏହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନ ନାଗରିକଙ୍କୁ ଜରୁରୀକାଳୀନ ଇ-ଭିସା ପ୍ରଦାନ କରିବ ଭାରତ | ସମସ୍ତ ଆଫଗାନିସ୍ତାନ ନାଗରିକ ଧର୍ମ ନିର୍ବିଶେଷରେ ଅନଲାଇନରେ ‘ଇ-ଜରୁରୀକାଳୀନ ଏକ୍ସ-ମିସ୍ ଭିସା’ ପାଇଁ ଆବେଦନ କରିପାରିବେ ଏବଂ ଏହି ଆବେଦନଗୁଡ଼ିକ ନୂଆଦିଲ୍ଲୀରେ ପ୍ରକ୍ରିୟାକରଣ କରାଯିବ। ଏନେଇ ମଙ୍ଗଳବାର ଭାରତ ଘୋଷଣା କରିଛି। ଗୃହ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଭିସା ବ୍ୟବସ୍ଥା ନେଇ ସାମିଲଷା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତରେ ପ୍ରବେଶ ପାଇଁ ଫାଷ୍ଟ-ଟ୍ରାକ୍ ଭିସା ସ୍ୱରୂପ ‘ଇ-ଜରୁରୀକାଳୀନ ଏକ୍ସ-ମିସ୍ ଭିସା’ ନାମକ ଏକ ନୂଆ ପ୍ରକାର ଇଲେକ୍ଟ୍ରୋନିକ୍ ଭିସା ଜାରି କରାଯିବ। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଆଫଗାନିସ୍ତାନରେ ଭାରତୀୟ ଦୂତାବାସ ବନ୍ଦ ଥିବାରୁ ଭିସା ପାଇଁ ଅନଲାଇନରେ ଆବେଦନ କରାଯାଇ ପାରିବ ଏବଂ ନୂଆଦିଲ୍ଲୀରେ ଆବେଦନପତ୍ର ଯାଞ୍ଚ କରାଯାଇ ପ୍ରକ୍ରିୟାକରଣ କରାଯିବ। ଏହି ଭିସା ପ୍ରଥମେ ୬ ମାସ ପାଇଁ ବୈଧ ରହିବ। ଆବେଦନ ପ୍ରକ୍ରିୟାକରଣ ଏବଂ ଆଫଗାନିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ କରିବା ସମୟରେ ସୁରକ୍ଷା ପ୍ରସଙ୍ଗ ଉପରେ ଦୃଷ୍ଟି ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ସମସ୍ତ ଆଫଗାନ ନାଗରିକ ସେମାନଙ୍କର ଧର୍ମ ନିର୍ବିଶେଷରେ, ଯାତ୍ରା ଦସ୍ତାବିଜ ପାଇଁ ଆବେଦନ କରିପାରିବେ।

Breaking News