ରିପୋର୍ଟ କାର୍ଡ / ବାଲେଶ୍ଵର
ମଙ୍ଗଳବାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଓ ଜଣେ ଯୁବକକୁ ପୋଲିସ ଗିରଫ କରିଛି | ଅଭିଯୁକ୍ତଙ୍କୁ ଅଟକରଖି ପୋଲିସ ପଚରାଉଚରା ଚଳାଇଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ସ୍ଥାନୀୟ ପୋଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ । ଆମେନା ବିବି ଓ ଏସକେ ରଫିକ୍ ଘରେ ପୋଲିସ ଚଢ଼ଉ କରି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରିଛି। ପୋଲିସ ଦୁଇଜଣଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାରୁ ସବିଶେଷ ତଥ୍ୟ ଦେଇନାହିଁ । ସୂଚନା ମୁତାବିକ, ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ ଓ ଅବକାରୀ ଏବଂ ଏସଟିଏଫର ଏହି ଅଞ୍ଚଳରେ କଡା ନଜର ରଖିଛି। ଗତାକାଲି ସନ୍ଧ୍ୟା ସମୟରେ ଜଳେଶ୍ଵର ଥାନା ଅଞ୍ଚଳରେ ଥିବା ରାଜପୁର ବସ୍ତିରେ ଧଳାଜରହ କାରବାର ନେଇ ଏସ୍ଟିଏଫ୍ ଟିମ୍ ସୂଚନା ମିଳିଥିଲା। ଏହା ପରେ ବସ୍ତିରେ ସ୍ଥାନୀୟ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ଜଣଙ୍କୁ ଘର ଭିତରୁ ୨ କେଜିରୁ ଉର୍ଦ୍ଧ୍ବର ବ୍ରାଉନସୁଗାର ଜବତ କରିଥିବା ବେଳେ ଏହି ମାମଲାରେ ସଂପୃକ୍ତି ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏସ୍ଟିଏଫ୍ ଟିମ୍ ଅଟକ ରଖି ପଚରା ଉଚାରା କରୁଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତ ଖୋଜୁଛି ପୋଲିସ |
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……