ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ଛାଡ଼ିବାକୁ ଏବେବି କାବୁଲ ବିମାନବନ୍ଦରରେ ଜନଗହଳି ଲାଗିରହିଛି । ତାଲିବାନମାନେ ବିମାନବନ୍ଦରରେ ଲୋକଙ୍କୁ ଡରାଇ ବାପାଇଁ ଗୁଳିଚାଳନା କରିଥିଲେ | ଏହାକୁ ନେଇ ୟୁଏସ୍ ଆର୍ମି ମେଜର ଜେନେରାଲ ୱିଲିୟମ୍ “ହ୍ୟାଙ୍କ” ଟେଲର୍ ଏବେ ବିମାନବନ୍ଦର ସୁରକ୍ଷିତ ଥିବା କହିଛନ୍ତି । କାବୁଲର ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ବିମାନ ଉଡ଼ାଣ ପାଇଁ ସୁରକ୍ଷିତ ଏବଂ ଖୋଲା ରହିଛି। କାବୁଲରେ ଆମେରିକାର ୫,୨୦୦ସୈନ୍ୟ ଏବେ ବିମାନବନ୍ଦରକୁ ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି ମେଜର ଜେନେରାଲ ୱିଲିୟମ୍ “ହ୍ୟାଙ୍କ” ଟେଲର୍। ଏହା ସହ ସେ କହିଛନ୍ତି ଯେ, ଅଗଷ୍ଟ ୧୪ରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୭୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆମେ ଆମେରିକୀୟମାନଙ୍କ ସୁରକ୍ଷା ପାଇଁ ନିରନ୍ତର ଗଭୀର ମୂଲ୍ୟାଙ୍କନ କରୁଛୁ | ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଆମର ଅସ୍ତ୍ରଶସ୍ତ୍ରରେ ଥିବା ସମସ୍ତ ଉପକରଣ ବ୍ୟବହାର କରିବୁ | ଆମେ ଏହି ଗୁରୁତ୍ୱପୂର୍ଣ୍ଣ ମିଶନ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛୁ | ଯଥା ସମ୍ଭବ ଶୀଘ୍ର ଏବଂ ନିରାପଦରେ ଆମେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରତିବଦ୍ଧ। ଏହି ସମୟରେ ଆମର ମୁଖ୍ୟ ମିଶନ ହେଉଛି, ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ ବିମାନବନ୍ଦରକୁ ସୁରକ୍ଷିତ ରଖିବା, ଯାହା ଆମେ କରୁଛୁ |
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..