ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିବାସୀଙ୍କୁ ଭୟବିତ୍ତ ନହେବା ପାଇଁ ଆଶ୍ୱାସନା ଦେଉଛି | ଆଉ ସେପଟେ ମହିଳା ମାନଙ୍କୁ ଅତ୍ୟାଚାର କରୁଛି | ମହିଳାଙ୍କୁ ନେଇ ନିର୍ଦ୍ଦୟ ଓ କ୍ରୁର ମାମଲା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ଆଦେଶ ଦିଆଯାଇଥିଲା। ଇତି ମଧ୍ୟରେ ଜଣେ ମହିଳା ବିନା ବୁର୍ଖାରେ ରାସ୍ତାରେ ନଜର ଆସିବାରୁ ତାଙ୍କୁ ଗୁଳି କରାଯାଇଛି। ତାଲିବାନୀ ଆଫଗାନିସ୍ତାନ ରାସ୍ତାରେ ବାଇକ ଓ ଗାଡିରେ ପାଟ୍ରୋଲିଂ କରୁଛନ୍ତି। ଏମାନଙ୍କ ହାତରେ ତାଲିବାନ ପତାକା ଓ ଅସ୍ତ୍ର ଥାଏ। ତାଲିବାନ କବ୍ଜା ପରେ ଦେଶ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଦେଶ ଛାଡି ପଳାୟନ କରୁଛନ୍ତି। ଶରିୟା ଆଇନ ଅନୁଯାୟୀ ତାଲିବାନୀଙ୍କୁ ଯାହା ଭୁଲ ଭଳି ଲାଗେ ସେମାନେ ତାକୁ ଅନ ଦ ସ୍ପଟ ଦଣ୍ଡ ଦେଇଥାନ୍ତି। ସେଥିପାଇଁ ତାଲିବାନୀ ଜଣେ ମହିଳାଙ୍କୁ ବୁର୍ଖା ପିନ୍ଧିନଥିବାରୁ ରାସ୍ତାରେ ହିଁ ଗୁଳି କରିଛନ୍ତି। ତାଲିବାନୀ ଶାସନ ଆସିବା ପରେ ଆଫଗାନି ମହିଳାଙ୍କ ପାଇଁ ଆତଙ୍କ ସୃଷ୍ଟି ହୋଇଛି। ଆଫଗାନିସ୍ତାନ ତଖାର ପ୍ରାନ୍ତରୁ ଏହି ଖବର ଆସିଛି ଯେ ଜଣେ ମହିଳାଙ୍କୁ ତାଲିବାନୀ ରାସ୍ତାରେ ବିନା ବୁର୍ଖାରେ ଯେମିତି ଦେଖିଲେ ଗୁଳି କରିଦେଲେ। ଗଣମାଧ୍ୟମରେ ର୍ରେକ୍ଟରେ ଜୁଡୁବୁଡୁ ହୋଇପଡିଥିବା ମହିଳା ଓ ତାଙ୍କ ଆଖପାଖ ଛିଡା ହୋଇଥିବା ତାଲିବାନୀଙ୍କ ଫଟୋ ଦେଖିବାକୁ ମିଳୁଛି । ଏହି ଫଟୋ ପରେ ଆଫଗାନି ମହିଳାଙ୍କ ମଧ୍ୟ ଭୟ ଆହୁରି ବଢିଯାଇଛି। ତାଲିବାନୀ ଅସ୍ତ୍ର ଧରି ସବୁ ରାସ୍ତାରେ ବୁଲି ବୁଲି ଦେଖୁଛନ୍ତି ଯେମିତି କୌଣସି ମହିଳା ବିନା ବୁର୍ଖାରେ କିମ୍ବା ଏକା କୁଆଡେ ନ ଯାଆନ୍ତୁ। ଗତ କିଛି ଦିନ ହେଲା ମହିଳା, ଯୁବତୀ, ଶିଶୁ ଓ ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ବହୁତ କମିଯାଇଛି।
Discussion about this post