ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍ଲାଇନ୍ ଅର୍ଥାତ ଏନଏମପି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭାରତର ସମ୍ପତ୍ତିର ଅଧିକତମ ଲାଭ ଉଠାଇବାର ସମୟ ଆସିଛି ବୋଲି ଭାରତୀୟ ବୁଝିବା ଦରକାର ବୋଲି କହିଛନ୍ତି ସୀତାରମଣ। ଅର୍ଥ ମନ୍ତ୍ରାଳୟ ଅନୁସାରେ, ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍ଲାଇନ୍ ଜରିଆରେ ଆର୍ଥିକ ବର୍ଷ ୨୦୨୨ରୁ ୨୦୧୫ ପର୍ଯ୍ୟନ୍ତ ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଘରୋଇ କ୍ଷେତ୍ରକୁ ଲିଜ୍ରେ ଦିଆଯାଇପାରେ। ଏଥିରେ ରେଲଓ୍ବେ, ବିଜୁଳୀଠୁ ନେଇ ରାଜମାର୍ଗ ଭଳି ଭିନ୍ନ ଭିନ୍ନ କ୍ଷେତ୍ର ସାମିଲ ରହିଛି। ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍ଲାଇନ୍ ଲଞ୍ଚ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର କେବଳ ଅଣ୍ଡର ୟୁଟିଲାଇଜ୍ଡ ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଦେବେ। ସମ୍ପତ୍ତିର ମାଲିକାନା ସରକାରଙ୍କ ପାଖରେ ରହିବ। ପ୍ରାଇଭେଟ୍ ସେକ୍ଟର ଧାର୍ଯ୍ୟ ସମୟ ପରେ ନିଶ୍ଚିତ ରୂପେ ନିଜର ଅଧିକାର ଫେରସ୍ତ କରିବାକୁ ପଡ଼ିବ । ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍ଲାଇନ୍ରେ ବ୍ରାଉନଫିଲ୍ଡ ଆସେଟ୍ସ ସମ୍ପର୍କରେ କୁହାଯାଇଛି ଯାହାକୁ ଆହୁରି ଭଲ ଭାବେ ମନିଟାଇଜ୍ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି, ଘରୋଇ ଭାଗିଦାରୀରେ ଏହି ସବୁ ସମ୍ପତ୍ତିର ମନିଟାଇଜେସନ୍ କରାଯିବ। ଏଥିରୁ ମିଳିବାକୁ ଥିବା ଅର୍ଥରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନିବେଶ କରାଯିବ।ସମ୍ପତ୍ତିର ମନିଟାଇଜେସନ୍ ପାଇଁ ଜମି ବିକ୍ରି ପଦ୍ଧତି ସାମିଲ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ମନ୍ତ୍ରାଳୟ ସହ ବିଚାର ବିମର୍ଷ ପରେ ନୀତି ଆୟୋଗ ଏନଏମପି ଉପରେ ରିପୋର୍ଟ ପ୍ରସ୍ତୁତ କରିଛି। ଅଦରକାରୀ ଭାବେ ପଡ଼ିଥିବା ସମ୍ପତ୍ତିର ବ୍ୟବହାର ପରେ ଏହାକୁ ଭଲ ସ୍ଥିତିକୁ ଫେରାଇ ଆଣିହେବ । ଏନଏମପିର ସଫଳତା ପାଇଁ ସରକାର ପ୍ରତିବଦ୍ଧ ବୋଲି ସୀତାରମଣ କହିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..