Report Card Odisha

| Daily Odia News

ମାଲକାନଗିରିରେ ୪୮ ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ଜିଲ୍ଲାପାଳ……

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି ନିଜେ ଜିଲ୍ଲାପାଳ ବିଶାଲ ସିଂ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଟେଣ୍ଡର ବାତିଲ୍ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସଂପୃକ୍ତି ରହିଛି। ଖଣି ଲିଜ୍ ଟେଣ୍ଡରକୁ ନେଇ ପୂର୍ବତନ ଜିଲ୍ଲାପାଳ ଓ୍ୱାଇ ବିଜୟ ବିବାଦ ବିବାଦ ଘେରକୁ ଆସିଥିଲେ । ଲଘୁ ଖଣିଜ ଲିଜ୍ ନେଇ ହୋଇଥିବା ଟେଣ୍ଡର ବକ୍ସକୁ ତତ୍କାଳୀନ ଜିଲ୍ଲାପାଳ ଓ୍ୱାଇ ବିଜୟ ଘରକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି। ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇଥିବା ଅଭିଯୋଗ ହୋଇଥିଲା । ତେଣୁ ଟେଣ୍ଡର ଅନିୟମିତତାରେ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ । ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସତ୍ୟତା ପଦାକୁ ଆସିଛି ।ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାଯର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ।

Breaking News