ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନ କୁ ତାଲିବାନ ଦଖଲ କରିଛି | ତାଲିବାନର ଆଫଗାନିସ୍ତାନ ଦଖଲ ହେତୁ ଏକ ନୂତନ ସଂକ୍ରମଣ ବ୍ୟାପିବାର ବିପଦ ରହିଛି ବୋଲି ହୁ ଚେତାବନୀ ଦେଇଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ପୋଲିଓ ଭୂତାଣୁ ବିସ୍ତାର ହେବାର ସମ୍ଭାବନା ରହିଥିବା ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟି। ହୁ କହିଛି ଯେ ଆଫଗାନିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ପୋଲିଓ ଭୂତାଣୁ ବିସ୍ତାର ହେବାର ଆଶଙ୍କା ପୁଣି ବଢିଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ, ୨୦୦୫ ଅଧୀନରେ ଗଠିତ ଜରୁରୀକାଳୀନ କମିଟି ଏହାର ୨୯ତମ ବୈଠକରେ କହିଛି ଯେ ପୋଲିଓ ରୋକିବା ପାଇଁ କରାଯାଇଥିବା ପ୍ରୟାସ ପ୍ରଶଂସନୀୟ, କିନ୍ତୁ ଏହା ଉପରେ ସନ୍ତୁଷ୍ଟ ହେବାର ସମୟ ନୁହେଁ। ବଢୁଥିବା ସାମରିକ ବିବାଦ ସହିତ ଆଫଗାନିସ୍ତାନର ଅନେକ ପ୍ରଦେଶରେ ସୃଷ୍ଟି ହୋଇଥିବା ଅରାଜକତା ଏକ ବଡ଼ ବିପଦ ସୃଷ୍ଟି କରିଛି ବୋଲି କମିଟି କହିଛି। କେବଳ ଦକ୍ଷିଣ ଆଫଗାନିସ୍ତାନରେ ଗତ ତିନିବର୍ଷ ଧରି ପ୍ରାୟ ଏକ ଲକ୍ଷ ପିଲା ଏହି ଟିକା ଗ୍ରହଣ କରିନାହାଁନ୍ତି। ଟିକାକରଣ ହୋଇନଥିବା ପିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି।ଆଫଗାନିସ୍ତାନ ଏବଂ ପାକିସ୍ତାନ ହେଉଛି ବିଶ୍ୱର ଏକମାତ୍ର ଦୁଇଟି ଦେଶ ଯେଉଁଠାରେ ପୋଲିଓ ଏବେ ବି ରହିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..