ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ମ୍ୟାଚ୍। ହେଡିଂଲିର ଲିଡ୍ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ ଢଙ୍ଗରେ ଭାରତ ମ୍ୟାଚ୍କୁ ଫେରିଥିଲା ଏବଂ ବିପୁଳ ବିଜୟ ହାସଲ କରିଥିଲା। ୫ ଦିନରେ ଭାରତୀୟ ୪ ଜଣିଆ ପେସ୍ ବାହିନୀ ଅତ୍ୟନ୍ତ ମାରାତ୍ମକ ନଜର ଆସିଥିଲେ। ୫ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ୨୦୦୨ରେ ଶେଷଥର ପାଇଁ ଲିଡ୍ସ ପଡ଼ିଆରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା।






More Stories
ଜେଲରୁ ମୁକୁଳିବେ ସୋନମ ୱାଙ୍ଗଚୁକ…..
କଂଗ୍ରେସ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି…..
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ……