ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆରଏସଏସ ର ମୁଖ୍ୟ ମୋହନ ଭଗତ ୫ ଦିନିଆ ଗସ୍ତରେ ଆସି ମଙ୍ଗଳବାର ଭୁବନେଶ୍ୱରରେ ପହଁଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋହନ ଭାଗବତ । ଏହା ସହିତ ଗୋବର୍ଦ୍ଧନ ପିଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସଂଘର ବୈଠକରେ ଯୋଗ ଦେଇ ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା କରିବେ ମୋହନ ଭାଗବତ । ଏଥିସହ କରୋନା ସଂକ୍ରମଣରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ସ୍ୱୟଂ ସେବକ ସଂଘ ପକ୍ଷରୁ କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ୟ୍ୟର ସମୀକ୍ଷା କରିବେ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିଯିବେ ମୋହନ ଭାଗବତ ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା,ୟେଲୋ ୱାର୍ନିଂ ଜାରି…..
ରାଜ୍ୟସ୍ତରୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ…..
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..