ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକା ଦିଆଯିବ। ସେଥିପାଇଁ ସବୁ ରାଜ୍ୟଙ୍କୁ ଦିଆଯିବ ଅତିରିକ୍ତ ୨ କୋଟି ଟିକା । ଏନେଇ ବୁଧବାର ସବୁ ରାଜ୍ୟକୁ କେନ୍ଦ୍ର ସରକାର ଅବଗତ କରିଛନ୍ତି । ସେପ୍ଟେମ୍ବର ୫ ପୂର୍ବରୁ ସବୁ ସ୍କୁଲ ଶିକ୍ଷକଙ୍କୁ ଟିକା ଦେବାକୁ ପ୍ରସ୍ତାବ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସୂଚନା ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସବୁ ଶିକ୍ଷକଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି। ରାଜ୍ୟମାନଙ୍କୁ ୨ କୋଟି ଟିକା ଦିଆଯାଉଛି। ଗୁରୁ ଦିବସ ପୂର୍ବରୁ ଶିକ୍ଷକଙ୍କୁ ଏହି ଟିକା ପ୍ରାଥମିକତା ଭିତ୍ତିରେ ଦିଆଯାଉ। ସବୁ ସ୍କୁଲର ଶିକ୍ଷକମାନଙ୍କୁ ପ୍ରାଥମିକତା ଦେବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ଵିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।






More Stories
ଖଣି ନିଲାମ ପ୍ରକ୍ରିୟା ଆରମ୍ଭ…..
ପ୍ରବଳ ବର୍ଷିବ: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ……
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍ସିର ଅବମାନନା…..