Report Card Odisha

| Daily Odia News

ଆଜିର ଦିନଟି ଶୁଭକାର୍ଯ୍ୟ ପାଇଁ ସମୟ ସ୍ବଚ୍ଛ ଓ ନିର୍ମଳ ରହିଛି…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେ​ଷ :​‌ ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ । ବିନୀତ ସ୍ବଭାବର ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହୋଇପାରନ୍ତି ।
ବୃଷ : ସେବା ମନୋଭାବର ହେବେ। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ମିଥୁନ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବ ।
କର୍କଟ : ଯତ୍ନ, ଅଧ୍ୟବସାୟ ବଳରେ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମହିଳା ଗୋଷ୍ଠୀର ସହାୟକ ହୋଇପାରନ୍ତି ।
ସିଂହ : ଧନ କ୍ଷୟ ହେବାର ସୂଚନା ମିଳୁଛି । ପାରିବାରିକ ସମସ୍ୟା ପାଇଁ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ । ମନ୍ତ୍ରଣାଦାତା ହୋଇପାରନ୍ତି ।
କନ୍ୟା : ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ବହୁ ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।
ତୁଳା : ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ ।
ବିଛା : ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ପ୍ରଚୁର ଲାଭଜନକ ହେବ । ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ । ପରାକ୍ରମଶାଳୀ ହେବେ ।
ଧନୁ : ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସଂଗ୍ରାମରୁ, ସରକାରୀ ସେବା କ୍ଷେତ୍ରରୁ ଉତ୍ତମ କଥାକାର ଭାବେ ଅର୍ଥ ମିଳିପାରେ। ବାସସ୍ଥାନ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ଅଛି ।
ମକର : ମନରେ ଅଂହଭାବ ଜାଗ୍ରତ ହୋଇପାରେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ସ୍ବଚ୍ଛ ଓ ନିର୍ମଳ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
କୁମ୍ଭ : ତ୍ୟାଗଶୀଳ ହେବେ । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। କର୍ମଚଞ୍ଚଳ ରହିବେ। ଫଳ, ପୁଷ୍ପ, ଜଳ, ସାଧୁ ସେବା ଓ ପରୋପକାରୀ ଆଦିରୁ ଧନ ମିଳିବ ।
ମୀନ : ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ ।

Breaking News