ରିପୋର୍ଟ କାର୍ଡ / ରାଉରକେଲା
ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲେ ପରିବାର ୪ ଜୀବନ | ଏଭଳି ଦୁଖଦ ଘଟଣା ଘଟିଛି ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ | ଗଛରେ କାର୍ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ୨ ଗୁରୁତରଙ୍କୁ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର। ସୂଚନା ଅନୁସାରେ, ବ୍ୟବସାୟୀ କହ୍ନେଇଆ ସ୍ତ୍ରୀ ଓ ନିଜ ୨ ଶିଶୁଙ୍କ ସହ କାର୍ରେ ପଶ୍ଚିମବଙ୍ଗ ରାଣୀଗଞ୍ଜରୁ ରାଉରକେଲା ଫେରୁଥିଲେ। ଏହି ସମୟରେ ତରପା ଚୁର୍ଗି ନଦୀ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇ କାର୍ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କହ୍ନେଇଆ, ତାଙ୍କ ସ୍ତ୍ରୀ ଓ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ ୨ ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅଛନ୍ତି। ଏଥିରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକାସଙ୍ଗେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..