ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ରାଜସ୍ଥାନର ଯୋଧପୁରରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ପୂର୍ବାହ୍ନ ୧୧ଟା ୧୫ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଲୋକେ ତୁରନ୍ତ ନିଜ ଘର ଭିତରକୁ ବାହାରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରାଜସ୍ଥାନର ଯୋଧପୁର ଠାରୁ ୧୦୬ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ଏଯାଏଁ ମିଳିନାହିଁ ବୋଲି ସୂଚନା ମିଳିଛି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..