ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ ବଳପୂର୍ବକ ଦଖଲ କରିଥିଲେ ମଧ୍ୟ ଏଭଳି ଏକ ଅଂଚଳ ଅଛି ଯାହାକୁ ଦଖଲ କରିପାରିନନାହିଁ | ପଞ୍ଜଶୀର ଉପତ୍ୟାକାକୁ ଏପର୍ଯ୍ୟନ୍ତ କବଜା କରିବାରେ ସଫଳ ହୋଇ ପାରିନାହିଁ ତାଲିବାନ । ଅହମ୍ମଦ ମାସୁଦଙ୍କ ନେତୃତ୍ବାଧୀନ ବିରୋଧୀ ସେନା ପଞ୍ଜଶୀରରେ ତାଲିବାନକୁ କଡ଼ା ଟକ୍କର ଦେଉଛନ୍ତି। ଯାହା ଫଳରେ ବିରୋଧୀ ସେନା ସହ ଲଢ଼ିବା ପରିବର୍ତ୍ତେ ତାଲିବାନ ବୁଝାମଣା କରିବାକୁ ପ୍ରସ୍ତୁତ ହେଉଛି । ସେନାର ନେତୃତ୍ବ ନେଉଥିବା ଅହମ୍ମଦ ମାସୁଦଙ୍କ ମୁଖପାତ୍ର ପଞ୍ଜଶୀରର ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଲିବାନ ସହିତ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଏବେ ଆଲୋଚନା ଜାରି ରହିଛି। ଯଦି ଏକ ମିଳିତ ସରକାର ପାଇଁ ଚୁକ୍ତି ହୁଏ ତେବେ ଆମେ କାବୁଲ ପ୍ରଶାସନର ଅଂଶ ହେବୁ। ଆମେ କେବଳ ଗୋଟିଏ ପ୍ରଦେଶ ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ। ଆଫଗାନିସ୍ତାନର ମହିଳା, ସଂଖ୍ୟାଲଘୁମାନଙ୍କର ଅଧିକାରକୁ ନେଇ ଆମେ ଚିନ୍ତିତ | ମହିଳା, ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦେବ ବୋଲି ତାଲିବାନକୁ ନିଶ୍ଚିତ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ସେନାରେ ଯୋଗ ଦେଇଥିବା ଅଧିକାଂଶ ଲୋକ ହେଉଛନ୍ତି ଯୁବକ, ସୈନିକ ଏବଂ ପୂର୍ବତନ ଜିହାଦି କମାଣ୍ଡର, ଯେଉଁମାନେ ତାଲିବାନ ଶାସନକୁ ବିରୋଧ କରୁଛନ୍ତି ଏବଂ ସମସ୍ତଙ୍କ ପାଇଁ ଏକ ବ୍ୟାପକ ଏବଂ ଗ୍ରହଣୀୟ ବ୍ୟବସ୍ଥା ଚାହୁଁଛନ୍ତି | ଯୁଦ୍ଧ ପାଇଁ ଆମ ପାଖରେ ସମସ୍ତ ସୁବିଧା ରହିଛି ଏବଂ ଆମେ ତାଲିବାନକୁ ବିରୋଧ କରିବାକୁ ପ୍ରସ୍ତୁତ ଅଛୁ ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……