ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହକୁ କହିଥିଲେ ଅବୈଧ | ହେଲେ ଅଭିନେତ୍ରୀ ନୁସରତ ମା କେମିତି ହେଲେ ଏହାକୁ ନେଇ ଚର୍ଚ୍ଚା | ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ । ସେ ୨୦୧୮ରେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ତୁର୍କିରେ ୨୦୧୯ ଜୁନ୍ ୧୯ରେ ସେ ନିଖିଲଙ୍କୁ ବିବାହ ମଧ୍ୟ କରିଥିଲେ। ହେଲେ ଏହା ବେଶି ଦିନ ଚାଲି ନ ଥିଲା। ଉଭୟ ଅଲଗା ହେବା ସହ ନୁସରତ ବିବାହକୁ ଅବୈଧ ବୋଲି କହିଥିଲେ। ଏହାପରେ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ବେଳେ ପିଲାର ବାପା କିଏ ବୋଲି ଅନେକ ଲୋକ ତାଙ୍କୁ ପ୍ରଶ୍ନ କରିବା ସହ ଟ୍ରୋଲ ମଧ୍ୟ କରିଥିଲେ। ଗୁରୁବାର ନୁସରତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନୁସରତ। ସ୍ବାମୀ ନିଖିଲଙ୍କଠାରୁ ଅଲଗା ହେବା ପରେ ସହ କଳାକାର ୟଶ ଦାସଗୁପ୍ତାଙ୍କ ନିକଟତର ହୋଇଥିଲେ ନୁସରତ। ଉଭୟ ସମ୍ପର୍କରେ ଥିବା ନେଇ ଖୋଲାଖୋଲି ସ୍ବୀକାର କରି ନ ଥିଲେ ହେଁ ୟଶ ଛାଇଭଳି ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ସେ ହିଁ ନୁସରତଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଏବେ ସେ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି। ଲୋକମାନେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ କେହି କେହି ସେ କ’ଣ ସିଙ୍ଗଲ ମଦର୍ ବୋଲି ପ୍ରଶ୍ନ କରୁଛନ୍ତି। ଆଗାମୀ ଦିନରେ ନିଶ୍ଚିତ ଭାବେ ତାହା ସ୍ପଷ୍ଟ ହେବ ବୋଲି ନୁସରତଙ୍କ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..