ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିର ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତ ଶରୀରକୁ ଇଛା ଅନୁସାରେ ବିଶ୍ରାମ ଦେବାକୁ ସାଧାରଣତଃ ଅବସର ମିଳିଥାଏ | ବିଧିବଦ୍ଧ ଭାବରେ କେବଳ ରାତିରେ ନିୟମତ ନିଦ୍ରାଯିବା ବ୍ୟତୀତ ଦିନବେଳେ ସ୍ଥାନକାଳପତ୍ର ନିରବିଶଶାରେ ଟିକେ ଘୁମେଇ ପଡିବା ବା କ୍ଷଣିକ ନିଦ୍ରା ଯିବାକୁ ଅନେକ ପାଶାଂଡ଼ କରିଥାନ୍ତି | ତେବେ ଏହାଦ୍ୱାରା ଆମର ହୃତପିଣ୍ଡ ସୁସ୍ଥ ରହିଥାଏ ବୋଲି ଗବେଷକମାନଙ୍କୁ ଜଣାପଡିଛି | ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ ସପ୍ତାହକୁ ଏପରି ଦୁଇରୁ ତିନି ଥର ଯେଉଁମେନେ କ୍ଷଣିକ ନିଦ୍ରା ଯାଇଥାନ୍ତି, ସେମାନଙ୍କ ହୃଦଘାତ ଆଶଙ୍କା ୪୮ ପ୍ରତିଶତ କମ ଥାଏ | ସେହିପରି ଆଦୌ କ୍ଷଣିକ ନିଦ୍ରା ଯାଉନଥିବା ବ୍ୟକ୍ତିଙ୍କ ତୁଳନାରେ ଏପରି କ୍ଷଣିକ ନିଦ୍ରା ଅଭୟମ ଥିବା ବ୍ୟକ୍ତିଙ୍କର ଆଗାମୀ ୫ ବର୍ଷ ଭିତରେ ହ୍ରୁଦକ୍ରିୟା ବନ୍ଦ କି ଅନ୍ୟାନ୍ୟ ହ୍ରୁଦସମସ୍ୟା ଦେଖାଦେବ ନାହିଁ | ଅନ୍ୟପକ୍ଷରେ କ୍ଷଣିକ ନିଦ୍ରା ଓ ହୃଦଘାତ ମାଧ୍ୟମରେ ରହିଥିବା ଏପରି ପାରସ୍ପରିକ ସମ୍ପର୍କକୁ କେବଳ ମ୍ବାଥ୍ୟଗତ ଉନ୍ନତିର କାରଣ ଭାବେ ନଧରିବାକୁ ସେମାନେ ସର୍ତକ କରାଇଛନ୍ତି | ତେବେ କୌଣସି ପରିସ୍ଥିତିରେ ଅପ୍ରତ୍ୟାଶିତ ଭାବେ ଏପରି କ୍ଷଣିକ ନିଦ୍ରା ଯିବାକୁ କେହି କୁଣ୍ଠାବୋଧ ନକରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି |
Discussion about this post