ରିପୋର୍ଟ କାର୍ଡ / ପୁରୀ
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ଜଣାପଡିଛି | ଡଙ୍ଗାରେ ୫ ଜଣଥିଲେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ସୂଚନାନୁସାରେ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ମାଢ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ । ଏବେସୁଦ୍ଧା ସେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ । ତେବେ ଆପୋଲୋଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..