ରିପୋର୍ଟ କାର୍ଡ / ଭୁବନେଶ୍ୱର
ସହିଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖଣ୍ଡଗିରି ପଟୁ ଦୃତ ଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ିର ଚକା ଫାଟି ଯିବାରୁ ବାଣୀ ବିହାର ଓଭର ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଏକ ବୁଲେଟକୁ ଧକ୍କା ଦେଇଥିଲା। ବୁଲେଟ ଚାଳକ ଓ ଜଣେ ପୋଲିସ କନେଷ୍ଟବଳ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ। ଏହି ପୋଲିସ କର୍ମଚାରୀଙ୍କ ଜଣଙ୍କ ବୁଲେଟରେ ଯାଉଥିଲେ | ଗୁରୁତର ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପୋଲିସ କନଷ୍ଟେବଳ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବିକ ମୃତକ ପୋଲିସ କର୍ମଚାରୀ ଉଲଣ୍ଡା ଥାନାରେ କର୍ମଚାରୀ ଅସିତ୍ ମିଶ୍ର ବୋଲି ଜଣା ପଡ଼ିଛି। ଅପରପକ୍ଷେ ବୋଲେରୋରେ ଥିବା ଦୁଇ ବ୍ୟକ୍ତି ଫେରାର ହୋଇଯାଇଛନ୍ତି । ଜଣଙ୍କୁ ଅଟକ ରଖିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ- ବୋଲେରୋଟି ଭୁବନେଶ୍ବର ଭରତପୁରର ବୋଲି ସୂଚନା ମିଳିଛି । ମଦ ପିଇ ଦ୍ରୁତ ଗତିରେ ଗାଡି ଚଲାଉଥିଲେ ବୋଲେରୋ ଚାଳକ ସୂଚନା ମିଳିଛି ପୋଲିସ କର୍ମଚାରୀକୁ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..