ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୧୪ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି । ବୈଠକରେ ଇ-ଯାନ ପଲିସି ଉପରେ ମୋହର ବାଜିଛି। ଏଥିସହ ଭେଟେନାରୀ ସର୍ଭିସ୍ କ୍ୟାଡର ସଂଶୋଧନକୁ ଅନୁମତି ମିଳିଛି। ରାଜ୍ୟ କ୍ୟାବିନେଟ୍ରେ ନିଆଯାଇଥିବା ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଇ-ଯାନ ପଲିସି। ଇ-ଯାନ ପଲିସିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହାରି ଆଧାରରେ ଇଲେକ୍ଟ୍ରିଯାନ ବା ଇ-ଯାନ କିଣିଲେ ମିଳିବ ରିହାତି। ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରୀଙ୍କୁ ଏହାର ରିହାତି ଦିଆଯିବ। ଏଥିସହ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସରେ ମଧ୍ୟ ଛାଡ କରାଯିବ। ୨୦୨୫ ସୁଦ୍ଧା ସମସ୍ତ ଯାନ ଉପରେ ୨୦ ପ୍ରତିଶତ ଇ-ଯାନ ପାଇଁ ବ୍ୟବସ୍ଥା ରହିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ୍ ମୋହର ବାଜିଛି। ଓଡିଶା ଭେଟେନାରୀ ସର୍ଭିସ୍ କ୍ୟାଡର ସଂଶୋଧନକୁ ମଞ୍ଜୁରୀ ମିଳିଛି। ଆଉ ୪୨୯ ପଦବୀ ବଢିବ ଏବଂ ଏହା ୧୪୮୧ରୁ ବଢି ୧୯୧୦ ହେବ। ଏଡେଡ୍ କଲେଜ ରିଟାୟାର ବେନିଫିଟ୍ ସ୍କିମକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦ ମିଳିଛି। କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରୋଭିଜିନାଲ ପେନସନ କରି ପାରିବେ। ସେହିପରି ଆଞ୍ଚଳିକ ନିର୍ଦ୍ଦେଶକ କଲେଜ୍ ଅଧ୍ୟକ୍ଷମାନଙ୍କ ପେନସନ କରି ପାରିବେ। ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ପଲିସି ଆସିବ। ଏହାକୁ ଦୃଷ୍ଟିରେ ରଖି ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..