Report Card Odisha

| Daily Odia News

ଆଜିର ଦିନଟି ଅପାଙ୍କର ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଷ: ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସୂଚନା ମିଳୁଛି।
ବୃଷ: ବାଧା, ବିଘ୍ନକୁ ଏଡ଼ାଇ କାର୍ଯ୍ୟ ହାସଲ କରିବାକୁ ଉଦ୍ୟମ ଚାଲୁ ରଖିବେ। ଏଥିପାଇଁ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମଧୁର କଥାରେ ଶତ୍ରୁକୁ ବଶ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ସୁ-ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହେବେ। ଦେବ, ଦ୍ବିଜ ପରାୟଣ ହେବେ। ସରକାରଙ୍କ କୃପା ପାତ୍ର ହେବେ। ବିଭିନ୍ନ ସ୍ରୋତରୁ ଅର୍ଥ ପ୍ରାପ୍ତ ହେବ।
କର୍କଟ: ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ସମାଜ ସେବା ଓ ପରୋପକାର ଯୋଗୁଁ ଲୋକପ୍ରିୟତା ହାସଲ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା: ଅତୀତର ଭୁଲ୍‌କୁ ସୁଧାରିବା ପାଇଁ ଉଦ୍ୟମ ଜାରି ରଖିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନିଅଁଟିଆ ପରିସ୍ଥିତି ଉପୁଜିପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି।
ତୁଳା: ଶୁଭସମ୍ବାଦ ମିଳିପାରେ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।
ବିଛା: ଶତ୍ରୁର ଆହ୍ବାନ କ୍ରୋଧିତ କରିପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ଧନୁ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ।
ମକର: ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି ​କ୍ଷେତ୍ର ଉପରେ ଧ୍ୟାନ ଦେଇ ପାରନ୍ତି। ଯାନବାହନ ସୁଖ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ: ଆଶାବାଦୀ ହେବେ। ନିଃସ୍ବାର୍ଥପର ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ ଓ ସହିଷ୍ଣୁ ହେବେ। ସମାଜସେବା ଓ ପରୋପକାରୀ ହୋଇପାରନ୍ତି।

Breaking News