Report Card Odisha

| Daily Odia News

ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ବାସ୍ଥ୍ୟ ପାଇଁ ଅଣ୍ଡା ବେଶ୍‌ ଉପକାରୀ। ଏଥିରେ ନ୍ୟୁଟ୍ରିଏଣ୍ଟ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଭିଟାମିନ୍‌ ‘ଡି’ ଏବଂ ଭିଟାମିନ୍‌ ‘ବି-୨’ ଅଭାବ ପୂରଣ କରିଥାଏ। ପ୍ରୋଟିନ୍‌ର ଅନ୍ୟତମ ଉତ୍ସ ହେଲା ଅଣ୍ଡା। ଦୈନିକ ଅଣ୍ଡା ଖାଇଲେ ଆମ ଶରୀରରେ ଥିବା ଭଲ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖେ। ଓଜନ ଠିକ୍‌ ରଖିବାକୁ ଆପଣ ଖାଦ୍ୟ ତାଲିକାରେ ଅଣ୍ଡା ସାମିଲ କରିପାରନ୍ତି।

ଏହାକୁ ଖାଇଲେ ଆମ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ନିୟମିତ ଖାଦ୍ୟ ତାଲିକାରେ ଅଣ୍ଡା ସାମିଲ କଲେ ତାହା ହୃତ୍‌ପିଣ୍ଡ, ମସ୍ତିଷ୍କ କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଅଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ ଭରିରହିଛି, ଯାହା ଆମ ଦୃଷ୍ଟିଶକ୍ତିକୁ ଆହୁରି ପ୍ରଖର କରିଥାଏ। ବୟସ୍କ ବ୍ୟକ୍ତି ଏହାକୁ ନିଜ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିପାରନ୍ତି।

Breaking News