ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଶ୍ଳୀଳ ଫିଲ୍ମ ମାମଲାରେ ପୂର୍ବରୁ ଗିରଫ ହୋଇସାରିଥିବା ଏବଂ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି କେସ୍ର ଆରୋପୀ ଥିବା ଅଭିନେତ୍ରୀ ଗେହନା ବଶିଷ୍ଠ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲମ୍ବା ଚଉଡା ନୋଟ ଲେଖିଛନ୍ତି। ଗେହନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ଡ୍ରେସ୍ ଚିରିଯାଇଥିବା ଦେଖିବାକୁ ମିଳିଛି। ସେ ଏଥିରେ ଲେଖିଛନ୍ତି, କି ‘ପୋଲିସ କର୍ମଚାରୀମାନେ ମୋର ଏଭଳି ଦୁର୍ଦ୍ଦଶା କରିଛନ୍ତି। ସମସ୍ତ ଆକାଉଣ୍ଟ ଫ୍ରିଜ୍ ହୋଇଛି, ଟଙ୍କା ନାହିଁ, ଘରକୁ ମଧ୍ୟ ଯାଇପାରିବି ନାହିଁ ନହେଲେ ପୋଲିସ ଗିରଫ କରିନେବ। ମୋବାଇଲ୍, ଲାପଟପ୍ ସବୁକିଛି ନେଇଯାଇଛି ପୋଲିସ ।
ଜାମିନ ପାଇଁ ଗତଥର କାର ବନ୍ଧକ ରଖିଥିଲି।’ଏହା ସହ ଗେହନା ଆହୁରି ଲେଖିଛନ୍ତି, ‘ମୁଁ କିଛି ଅଜ୍ଞାତ ଲୋକଙ୍କ ସହ ରହୁଛି’। ସେମାନେ ମୋ ଘର ଦଖଲ କରି ନେଇଛନ୍ତି। ଋଣ ଆଣି ଓକିଲଙ୍କ ଫି’ ଦେଇଥିଲି। ମୁମ୍ବାଇ ପୋଲିସ ଏହାଠାରୁ ଖରାପ ଆଉ କ’ଣ କରିବ, ଏହାଠାରୁ ଅଧିକ ଆଉ କ’ଣ ବିଗିଡିବ?’ ‘ସତ ନିଶ୍ଚିତ ରୂପେ ସାମ୍ନାକୁ ଆସିବ’ । ମୋର ଏବେ ଖରାପ ସମୟ ଚାଲିଛି, ଦିନେ ନା ଦିନେ ତୁମର ବି ପାଳି ପଡିବ। ଯେତେ କଷ୍ଟ ଦେବାର ଅଛି ଦିଅ। ମୁଁ କିନ୍ତୁ ହାରିବି ନାହିଁ।’ ସୂଚନା ମୁତାବକ,ଗତ ଫେବ୍ରୁଆରୀ ମାସରେ ପର୍ଣ୍ଣୋଗ୍ରାଫି ଫିଲ୍ମ ତିଆରି କରିବା ଏବଂ ସେଗୁଡିକୁ ଆପ୍ସ ଜରିଆରେ ପ୍ରସାରିତ କରିବା ଅଭିଯୋଗରେ ପୁଲିସ ଗେହନା ବଶିଷ୍ଟଙ୍କୁ ଗିରଫ କରିଥିଲା। ଚାରି ମାସ ଜେଲ୍ରେ ରହିବା ପରେ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଗେହନା ତାଙ୍କର ସମର୍ଥନ କରିଥିଲେ ଲୋକଙ୍କୁ ପର୍ଣ୍ଣ ଏବଂ ଇରୋଟିକ୍ ଭିଡିଓ ମଧ୍ୟରେ ଫରକ କ’ଣ ତାହା କହିଥିଲେ।
Discussion about this post