ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ଭୁସ୍ଖଳନ ହୋଇଛି । ରବିବାର ଦିନ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହେବା ଫଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି । ଦୁଇଟି ଗାଁରେ ଏହି କାରଣରୁ ଅନେକଙ୍କ ଘର ଭାଙ୍ଗିବା ସହିତ ଅନେକ କ୍ଷୟକ୍ଷତି ଘଟିଛି । ପିଥୌରଗଡ଼ ଡିଏମ୍ ଆଶୀଷ ଚୌହାନ୍ କହିଛନ୍ତି ଯେ, ଏସଡିଆରଏଫ୍ ଏବଂ ଏସଏସବିର ଦୁଇଟି ଟିମ୍ କୁ ଉକ୍ତ ଗାଁ ଗୁଡ଼ିକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କୁ ଅପରେସନ୍ ଜାରି ରହିଛି । ଡିଏମ୍ କହିଚନ୍ତି ଯେ, ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଯାହା ଫଳରେ ଏହି ଭୟଙ୍କର ଭୁସ୍ଖଳନ ହୋଇଥିବା ସୁଚନା ମିଳିଥିଲା । ସୂଚନା ମିଳିବାପରେ ସଙ୍ଗେ ସଙ୍ଗେ ସେହି ଅଞ୍ଚଳକୁ ଏସଏସବି, ପୋଲିସ୍, ଏସଡିଆରଏଫ୍ ଏବଂ ରେସ୍କୁ ଟିମ୍ ବାହାରି ଯାଇଥିଲେ ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..