ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫ୍ଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛି | ଶରିଆ ଅନୁଯାୟୀ ଦେଶର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରରେ ସୁଯୋଗ ଦିଆଯିବ ଏବଂ ଏହା ଦେଶବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବ ବୋଲି ବାରମ୍ବାର କହିଆସୁଥିବା ତାଲିବାନ ଆତଙ୍କିଙ୍କର ବାସ୍ତବ ଚେହେରା ସମ୍ମୁଖକୁ ଆସିବା ଆରମ୍ଭ ହୋଇଛି। ଝିଅମାନଙ୍କୁ ଶିକ୍ଷା ଦେଇପାରିବେନି ପୁରୁଷ। ଏମିତି ଏକ ନୂଆ ନିୟମ ଜାରି କରିଛି ତାଲିବାନ। ଆଫଗାନିସ୍ତାନରେ ଶେଖ ଅବଦୁଲବାକି ହକାନୀଙ୍କୁ ଉଚ୍ଚଶିକ୍ଷାର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ଗୋଟିଏ ଦିନ ପରେ ଏହା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ପଶ୍ଚିମ ହେରାତ୍ ପ୍ରଦେଶର ତାଲିବାନ ଅଧିକାରୀମାନେ ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲେ ଯେ ଝିଅମାନଙ୍କୁ ବିଶ୍ୱବିଦ୍ୟାଳୟରେ ପୁଅମାନଙ୍କ ଭଳି ଶ୍ରେଣୀରେ ବସିବାକୁ ଅନୁମତି ଦିଆଯିବ ନାହିଁ। ତାଲିବାନ ଅଧିକାରୀମାନେ କହିଥିଲେ ଯେ ସହ-ଶିକ୍ଷା ଜାରି ରଖିବା ପାଇଁ କୌଣସି ବିକଳ୍ପ ଯଥାର୍ଥତା ନାହିଁ ଏବଂ ଏହି ଅଭ୍ୟାସକୁ ବନ୍ଦ କରିବାକୁ ହେବ। ଶରିୟା ଆଇନ ଅନୁଯାୟୀ ଶିକ୍ଷା କାର୍ଯ୍ୟକଳାପ ହେବ ବୋଲି ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ କହିଛନ୍ତି। ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି – “ତାଲିବାନ ଆନୁଷ୍ଠାନିକ ଭାବରେ ଶିକ୍ଷା ଉପରେ ନିଷେଧାଦେଶ ଜାରି କରିଛି। ପୁରୁଷମାନେ ଝିଅମାନଙ୍କୁ ଶିକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ।





More Stories
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..
ଟିଏମ୍ସି-ବିଜେପି ମୁହାଁମୁହିଁ , ୯ ଗିରଫ…..
ପହଲଗାମ୍ ହମ୍ଲାକୁ ବର୍ଷେ:ଭାରତ କେବେ ବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ……