Report Card Odisha

| Daily Odia News

ଗର୍ଭବତୀ ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ….

ରିପୋର୍ଟ କାର୍ଡ / କଳାହାଣ୍ଡି

ଗର୍ଭବତୀ ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଚାଶ ସ୍ୱାମୀ । ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନିୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ। ମିଳିଥିବା ଖବର ଅନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପାରିବାରିକ କଳହ କାରଣରୁ ରବିବାର ରାତିରେ ନିହାର ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। ସ୍ଵାମୀଙ୍କ ଆକ୍ରମଣରେ ପ୍ରକାଶିନୀ ଅଚେତ ହୋଇ ପଡ଼ିଥିଲେ। ସୋମବାର ସକାଳୁ ପଡ଼ୋଶୀମାନେ ପ୍ରକାଶିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୁକ୍ତ ସ୍ଵାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

Breaking News